ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ

କଳାହାଣ୍ଡି,୨/୧୨: କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଶିକ୍ଷା ଦାନ ସହ ଶୈକ୍ଷିକ ବାତାବରଣ ପାଇଁ ବେଶ ସୁନାମ ଅର୍ଜନ କରିଥିବା ଏହି କଲେଜରେ ସାମାଜିକ ଓ ସଚେତନତା ସୃଷ୍ଟି କ୍ରମରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। ସୁଶ୍ରୀ ଜ୍ୟୋତିମାଲା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଶିକ୍ଷାବିତ ଯୋଗେଶ ଚନ୍ଦ୍ର ସାହୁ, ଭାସ୍କର ଜାନି ମଂଚାସିନ ଥିଲେ। ସେହିପରି ସ୍ୱେଚ୍ଛାସେବି ମାନଙ୍କ ଦ୍ଵାରା ରାଲି ଓ ସ୍ଲୋଗାନ ମାଧ୍ୟମରେ ଏଡ଼ସ ପରି ଭୟାବହ ରୋଗରୁ ଦୂରେଇ ରହିବା ତଥା ନିରାକରଣ ଓ ସଚେତନତା ସମ୍ବନ୍ଧୀୟ ଭିଡିଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା।


୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.