ପୁଣିଥରେ ମାନବିକତାର ପରିଚୟ ଦେଲା କୁଲତା ଯୁବ ଶକ୍ତି ଓଡିଶା


ଜୁନାଗଡ,୩/୧୨ : ଅସହାୟ ବ୍ୟକ୍ତିଙ୍କୁ ସହଯୋଗର ହାତ ବଢେଇ ପୁଣିଥରେ ମାନବିକତାର ପରିଚୟ ପ୍ରଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି କୁଲତା ଯୁବ ଶକ୍ତି ଓଡିଶା । କଳାହାଣ୍ଡି ଜିଲ୍ଲା ତିତ୍କେଲା ଗ୍ରାମର ପ୍ରଫୁଲ୍ଲ ବିଶ୍ବାଳ(କାଳିଆ)ଙ୍କ ପେଟର ଅନ୍ତନଳୀର ଅସ୍ତ୍ରୋପଚାର ବିଷମକଟକ ସ୍ଥିତ ମିଶନ ଡାକ୍ତରଖାନାରେ କରାଯାଉଛି । କାଳିଆଙ୍କ ବୟସ ୧୯ ବର୍ଷ ଓ ସେ ନିଜ ବିଧବା ମା’ ତଥା ୨ ଭଉଣୀ ସହିତ କୁଳିମଜୁରି କରି ପରିବାର ପୋଷଣ କରନ୍ତି । ଆର୍ଥିକ ସଙ୍କଟକୁ ହୃଦବୋଧ କରି କୁଲତା ଯୁବ ଶକ୍ତି ଓଡିଶା ଏହି ଅସହାୟ ପରିବାରକୁ ୩୨୦୦ ଟଙ୍କା ସହାୟତା ନିମିତ୍ତ ପ୍ରଦାନ କରିଛି ଓ ଆଗକୁ ଆହୁରି କିଛି ସହାୟତା ପାଇଁ ଯୋଜନା କରିଛି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta