୨୫ ଲକ୍ଷ ଟଙ୍କାର କଫ୍ ସିରପ ଜବତ, ଗୋଦାମ ମାଲିକ ଫେରାର


ସତ୍ୟନାରାୟଣ ଅଗ୍ରୱାଲଙ୍କ ଗୋଦାମ ଘରୁ ଜବତ ହେଲା ୧୬ହଜାର ବୋତଲ କଫ୍‌ ସିରପ

ବଲାଙ୍ଗିର,୩/୧୨: ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍‌ ସିରପ ଜବତ କରିଛି। ଜବତ ହୋଇଥିବା କଫ୍‌ ସିରପର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ସୋମବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ଏସ୍‌ପି ମାଡକର ସନ୍ଦିପ ସମ୍ପତ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଗୋଦାମ ମାଲିକ ସତ୍ୟନାରାୟଣ ଅଗ୍ରୱାଲ ଓରଫ ଗୁଲୁ ଘଟଣାସ୍ଥଳରୁ ଫେରାର ଥିବା ଏସ୍‌ପି କହିଛନ୍ତି। ଗୁଲୁଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ଗତ କିଛିଦିନ ତଳେ ବଲାଙ୍ଗିରଠାରେ ୧୧ ହଜାର ବୋତଲ କଫ୍‌ ସିରପ ଜବତ ହୋଇଥିବା ବେଳେ ବର୍ତ୍ତମାନ ପାଟଣାଗଡରେ ୧୬ ବୋତଲ ହଜାର କଫ୍‌ ସିରପ ଜବତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, କୌଣସି ସୂତ୍ରରୁ ଖବରପାଇ ରାତିରେ ପାଟଣାଗଡ ଏସ୍‌ଡିପିଓ ସୁରେଶ କୁମାର ନାଏକଙ୍କ ନେତୃତ୍ୱରେ ପାଟଣାଗଡ଼, ଲରମ୍ଭା ପୋଲିସ ଏବଂ ମାଜିଷ୍ଟ୍ରେଟ ଭାବେ ଉପଜିଲାପାଳ ସୋମନାଥ ପଧାନ ଘଟଣାସ୍ଥଳରେ ପହଞ୍ଚି ଏହି ଚଢ଼ାଉ କରିଥିଲେ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta