ନାମକୁ ମାତ୍ର ୫-ଟି ସଚିବଙ୍କ ଗ୍ରସ୍ତ : ଏବେ ବି ସମସ୍ୟା ଯଥାପୂବଂ ତଥା ପରଂ


ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀତା ନେଇ ଉଠିଲା ଆଙ୍ଗୁଳି

ସମସ୍ୟାର ଚାରି ଛକରେ ବନ୍ଧା ପଡିଛି ସୁବର୍ଣ୍ଣପୁର ସଦର ଡାକ୍ତରଖାନା

ସୋନପୁର,୩/୧୨ : ସୁବର୍ଣ୍ଣପୁର ସଦର ଡାକ୍ତରଖାନାର ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । କେତେବେଳେ ଡାକ୍ତର, ବିଶେଷଜ୍ଞ ଅଭାବ ତ ଆଉ କେତେବେଳେ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ ଆବଶ୍ୟକ ବିଶେଷଜ୍ଞ ଓ ଡାକ୍ତର ଅଭାବ ସାଙ୍ଗକୁ ରୋଗୀଙ୍କ ଶଯ୍ୟା ସଂଖ୍ୟା ଯଥେଷ୍ଟ କମ । ଜିଲ୍ଲା ସଦର ଡାକ୍ତରଖାନାର ଆଇସିୟୁ ଟିଏ ମଧ୍ୟ ନାହିିଁ । ଜିଲ୍ଲା ସଦର ଡାକ୍ତରଖାନାର ମାନ୍ୟତା ବହନ କରିଥିବାରୁ ଏହି ଡାକ୍ତରଖାନାର ସମସ୍ୟା ସୁଧୁରିବ ସୁଧୁରିବ ବୋଲି ଅଞ୍ଚଳବାସୀଙ୍କ ଆଶା । ଲୋକେ ୫ଟି ସଚିବ ଆସିବା କଥା ସୁଣି ଭାବୁଥିଲେ ସୁଧୁରିବ ଡାକ୍ତରଖାନାର ସମସ୍ୟା ହେଲେ ଏହି ପରେ ବି ସମସ୍ୟା ଯଥାପୂବଂ ତଥା ପରଂ ହୋଇ ରହିଛି । ଫଳରେ ଏଠକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଓ ଅଧିକ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗୀର କି ବୁର୍ଲା ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ସୁବର୍ଣ୍ଣପୁର ଜିଲାର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖାଯାଇଛି । ତେବେ ଏଭଳି ପରିସ୍ଥିତି ସମୟରେ ଜିଲାରେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିଥିଲେ ୫ଟି ସଚିବ ସେଦିନ ଲାଗୁଥିଲା ଯେମିତି ସ୍ୟାସ୍ଥ୍ୟକେନ୍ଦ୍ର ର ଅବସ୍ଥା ସୁଧୁରୀ ଯାଇଛି । ଓ କି ସଫେଇ କେଉଁଠି ସାମାନ୍ୟ ପତ୍ର ଟେ ବି ପଡିନ ଥିଲା । ସୁଗନ୍ଧ ଫିନାଇଲରେ ଧୁଆହୋଇ ସବୁ ସଫା । ରୋଗିଙ୍କ ୫ଟି ସତ୍କାର କହିଲେ ନ ସରେ । ନିରାମୟ ରେ ବି ପ୍ରତେକ ଔଷଧ ଥିଲା ଦିଆଯାଉଥିବା ରନ୍ଧା ଖାଦ୍ୟର ମନ ବି କମ ନଥିଲା । କିନ୍ତୁ ସଚିବ ଗଲାପରେ ସବୁ ଫୁ … ପୁଣି ଯଥାପୂବଂ ତଥା ପରଂ ହୋଇ ରହିଛି । ଆବଶ୍ୟକ ଡାକ୍ତର ଅଭାବରୁ ଜିଲାର ଅନେକ ଡାକ୍ତରଖାନା ଡାକ୍ତର ଶୁନ୍ୟ ହୋଇ ପଡିଥିବା ବେଳେ ଅନେକ ସ୍ଥାନରେ ଡାକ୍ତର ମାନଙ୍କୁ ଏଡଜଷ୍ଟ୍ କରାଯାଇଥିବା ଦେଖାଯାଇଛି । ଜିଲ୍ଲା ସଦର ଡାକ୍ତରଖାନାରେ ଜଣେ ମାତ୍ର ଇଏନଟି ଡାକ୍ତର ଥିଲେ କିନ୍ତୁ ଡାକ୍ତର ଅଭାବରୁ ତାଙ୍କୁ ମଧ୍ୟ ଡେପୁଟେସନ ରେ ଦିଆଯାଇଛି । ତେବେ ସେହିପ ରି ଏହି ଜିଲ୍ଲାର ଡାକ୍ତରଖାନା ଅଧିନରେ ଥିବା ବିନିକା, ଡୁଙ୍ଗୁରୀପାଲି, ତରଭା, ଉଲୁଣ୍ଡା, ବୀରମହାରାଜପୁର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ରେ ମଧ୍ୟ ସମାନ ଅବସ୍ଥା ଲାଗିରହିଛି । ତେଣୁ ଏହାର ତ୍ୱରିତ ପ୍ରତିକାର ପାଇଁ ଅନେକ ଅନୁଷ୍ଠାନ, ସମାଜସେବି , ବିଦ୍ଧିଜିବି ଙ୍କ ତରଫରୁ ସୁବଣ୍ଣପୁରର ପୂର୍ବତନ ଓ ବର୍ତମାନର ଜିଲାପାଳଙ୍କୁ ଜଣାଇଥିଲେ ବି କିଛି ସୁଫଲ ହେବାରେ ନାହିଁ । ତେବେ ଡାକ୍ତର ଅଭାବ କେବଳ ଜିଲାର ଗ୍ରାମାଞ୍ଚଳରେ କାହିଁକି ଖୋଦ ଜିଲା ସଦର ଡାକ୍ତରଖାନାରେ ମଧ୍ୟ ଦେଖିବାକୁ ମିଳିଛି । ସବୁ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସରକାରୀ ଡାକ୍ତରଖାନା ଗୁଡିକରେ ମୋଟ ୧୨୭ ଜଣ ମଞ୍ଜୁରୀପ୍ରାପ୍ତ ଡାକ୍ତର ରହିବା ପାଇଁ ସରକାରୀ ପଦବୀ ରହିଛି । କିନ୍ତୁ ବର୍ତ୍ତମାନ ଜିଲାର ଏହି ସବୁ ଡାକ୍ତରଖାନା ମାନଙ୍କରେ ଆବଶ୍ୟକ ମାତ୍ର ଠାରୁ କମ ଡାକ୍ତର ରହିଥିବା ବେଳେ ଏବେବି ଅନେକ ଡାକ୍ତର ପଦ ଖାଲି ପଡିଛି । ବର୍ତ୍ତମାନ ଜିଲା ସଦର ଡାକ୍ତରଖାନାରେ ଭେଷଜ, ସର୍ଜରୀ, ପାଥୋଲୋଜି, ଚର୍ମରୋଗ, କର୍ଣ୍ଣ,ଗଳା,ନାସା ଆଦି ବିଭାଗର ବରିଷ୍ଠ ବିଶେଷଜ୍ଞ ପଦ ଖାଲି ପଡିଛି । ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଖାନା ଅଧିକ୍ଷକ, ସ୍ତ୍ରୀ ଓ ପ୍ରସୂତୀ, ଭେଜନ, ସର୍ଜରୀ ଆଦି ବିଶେଷଜ୍ଞ ପଦ ରହିଥିଲେ ମଧ୍ୟ ଦୁଇ ଜଣ ଏମବିବିଏସ ଡାକ୍ତର ଏହି ଡାକ୍ତରଖାନାକୁ ଚଳଉଛନ୍ତି । ସେହିପରି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଶିଶୁରୋଗ, ପାଥୋଲୋଜି, ଚକ୍ଷୁ, ଅସ୍ଥିଶଲ୍ୟ ଆଦି ବିଶେଷଜ୍ଞ ପଦବୀ ଖାଲି ପଡିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଖୋଦ ବ୍ଲକ ମେଡିକାଲ ଅଫିସର ପଦ ଖାଲି ପଡିଥିବା ବେଳେ ସ୍ତ୍ରୀ ଓ ପ୍ରସୂତୀ, ଶିଶୁରୋଗ, ଭେଷଜ, ସର୍ଜରୀ ଆଦି ବିଶେଷଜ୍ଞ ପଦବୀ ଖାଲି ପଡିଛି । ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ବ୍ଲକ ଚିକିତ୍ସାଧିକାରୀ ପବଦୀ ସମେତ ଅଧିକ୍ଷକ, ଶିଶୁରୋଗ, ସର୍ଜରୀ ଆଦି ବିଶେଷଜ୍ଞ ଡାକ୍ତର ପବଦୀ ଖାଲି ପଡିଛି । ଡୁଙ୍ଗୁରିପାଲି ରେ ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଲିଛି । ପ୍ରକାଶ ଥାଉକି ଯେ ସୋନପୁର ସଦର ଡାକ୍ତରଖାନରେ କେତେବେଳେ ବେଡ ଅଭାବରୁ ରୋଗି ଙ୍କୁ ବହୁ ସଂଖ୍ୟାରେ ତଳେ ସୋଇବାକୁ ପଡୁଛି । ଆଉଟ ଡୋର ରେ ଆବଶ୍ୟକ ଡାକ୍ତର ଅଭାବରୁ ରୋଗି ଓ ସମ୍ପକୀୟ ମହଲରେ ବେଲେ ବେଲ ଅସନ୍ତୋସ ପ୍ରକାଶ ପାଉଛି । ନିରାମୟ ଯୋଜନା ସତ୍ୱେ କିଛି ସାଧାରଣ ମେଡିସିନ ମଧ୍ୟ ବାହାରୁ କିଣିବାକୁ ପଡୁଛି । ରାତିରେ କେବଳ ଗୋଟିଏ ଡାକ୍ତର ରହୁଥିବାରୁ । ବେଲେ ବେଲେ ଅଧିକ ରୋଗି ଆସିଲେ ।ସୁବିଧା ସୃଷ୍ଟି ହେଉଛି । ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଯୋଗୁ ଆବଶ୍ୟକ ଠାରୁ କମ ଯୋଗୁ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଦର ଡାକ୍ତରଖାନା ବିଫଳ ହୋଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପୋଡସି ବୈାଦ୍ଧ ଜିଲ୍ଲା ର କଂଟାମାଲ ବ୍ଲକ ଆଦି ଅଂଚଳର ପ୍ରାୟ ସମସ୍ତ ଜନସାଧାରଣ ନିର୍ଭର କରୁଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ୫-ଟି ବ୍ୟବସ୍ଥାର ସଫଳତାକୁ ନେଇ ଆଙ୍ଗୁଲି ଉଠୁଥିବା ଜନସାଧାରଣରେ ଚର୍ଚା ହେଉଛି । ତେଣୁ ସମସ୍ତ ସମସ୍ୟା ଗୁଡିକର ସମାଧାନ ର ସୁଧାର ଆଣିବାକୁ ଜନସାଧାରଣ ରେ ଦାବି ହେଉଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in