୫ଶହ ଟଙ୍କା ଭଡ଼ାରେ ବିଜୁ ପକ୍କା ଘରେ ଚାଲିଛି ପ୍ରାଥମିକ ଶିକ୍ଷା

ବିପଦ ସଂକୁଳ ଅବସ୍ଥାରେ ସ୍କୁଲ କୋଠା

ଛାତ୍ରଛାତ୍ରୀ ମାନେ ପୋଷାକ ଓ ଜୋତା ପାଇବାରୁ ବଞ୍ଚିତ

ଲାଞ୍ଜିଗଡ଼, ୬/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ସାପଚଞ୍ଚଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କୋଠା ବିପଦ ସଂକୁଳ ଅବସ୍ଥାରେ ରହିଅଛି।ଏଥିଯୋଗୁଁ ଆଜିକି ପ୍ରାୟ ୨ବର୍ଷ ହେବ ବିଜୁ ପକ୍କା ଘରେ ପାଠ ପଢା ଯୋଗୁଁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଜୋତା ଓ ପୋଷାକ ପାଇବାରୁ ବଞ୍ଚିତ ଅଛନ୍ତି । ପ୍ରକାଶ ଯେ ତ୍ରିଲୋଚନ ପୁର ପଞ୍ଚାୟତର ଏହି ସ୍କୁଲ ଆଜିକୁ ପ୍ରାୟ ୧୦ ବର୍ଷ ବେବ ୨୦୦୯ ମସିହାରେ ତତ୍କାଳୀନ ପ୍ରଧାନ ଶିକ୍ଷକ ଦାଇତ୍ୱ ନେଇ ଏହି ସ୍କୁଲଟି କୋଠା ନିର୍ମାଣ କରିଥିଲେ। ହେଲେ ବହୁ ପଇସା ପତ୍ର ହେରଫେର କରି ଅଧପନ୍ତରିଆ ଛାଡି ଦେଇ ଥିଲେ। ସେହି ସ୍କୁଲ କୋଠାରେ ଛାତ୍ରଛାତ୍ରୀ ମାନେ ଜୀବନ ଭୟରେ ବସିକି ପାଠ ପଢୁ ଥିଲେ। ନିର୍ମାଣ ଦିନଠାରୁ କୋଠାରେ ପାଣି ଝରୁଥିଲା। ମଝିମଝିରେ ଛାତରୁ ଚକଡ଼ା ସବୁ ଖସୁଥିଲା। ଛାତ୍ରଛାତ୍ରୀ ମାନେ କୌଣସି ଉପାୟ ନପାଇ ବାଧ୍ୟହୋଇ ସେହି ଘରେ ପାଠ ପଢୁଥିଲେ। ବିବରଣୀରୁ ପ୍ରକାଶ ଯେ ପାଞ୍ଚଶ୍ରେଣୀ ବିଶିଷ୍ଟ ଏହି ବିଦ୍ୟାଳୟ ରେ ୩୮ଜଣ ଛାତ୍ରଛାତ୍ରୀ ପାଠ ପଢୁ ଛନ୍ତି। ୫ଟି ଶ୍ରେଣୀ ପାଇଁ ଏହି ଗୃହ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ଅଛନ୍ତି ୨ଜଣ। ଛାତରୁ ଚକଡ଼ା ସିମେଣ୍ଟ ଖଣ୍ଡ ମାନ ଖସିବା ଦେଖିଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲା।

ତେଣୁ ଗତ ୨୦୧୮ ଜୁଲାଇରେ ଶିକ୍ଷା ଆରମ୍ଭରେ ଶିକ୍ଷାଅଧିକାରୀ ସଞ୍ଜିବ କୁମାର ନାଏକଙ୍କ ନିର୍ଦ୍ଧେଶ କ୍ରମେ ସାପଚଞ୍ଚଡାର ଚକ୍ର ମାଝୀଙ୍କ ଇନ୍ଦିରା ଆବାସ ଘରେ ପାଠପଢା ଚାଲିଥିଲା ବର୍ଷେ ପାଇଁ ଚକ୍ର ନିଜ ଗୃହକୁ ଭଡା ହିସାବରେ ମାସକୁ ୫ଶହ ଟଙ୍କା ଦେବାପାଇଁ ଶିକ୍ଷା ଅଧିକାରୀଙ୍କ ଠାରୁ ନେଉଥିଲେ।କିନ୍ତୁ ଚକ୍ର ନିଜ ରହିବା ଅସୁବିଧା ଯୋଗୁଁ ୨୦୧୯ ଜୁନ ୨୦ତାରିଖରେ ଘରେ ପାଠ ପଢାଇବା ପାଇଁ ମନାକରି ଦେଇଥିଲା। ଶିକ୍ଷକ ମାନେ କୌଣସି ଉପାୟ ନପାଇ ଜୁନ ୨୧ ତାରିଖ ଦିନ ପୁଣି ସ୍କୁଲ ବାରଣ୍ଡାରେ ପାଠପଢାଇଥିଲେ। ପିଲାଙ୍କ ପାଇଁ ବିପଦ ଯୋଗୁଁ ଗାଁ ଲୋକ ସେଦିନ ସନ୍ଧ୍ୟା ସମୟରେ ବୈଠକ ବସି ବର୍ତ୍ତମାନ ସେହି ଗ୍ରାମର ବଇଁଶୀ ମାଝୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଘରେ ପାଠ ପଢା ଛାଲିଥିଲା। ବଇଁଶୀ ଦିନବେଳେ ପୋଡ଼ୁ ଚାଷ ପାଇଁ ଜଙ୍ଗଲକୁ ଯାଇ ରାତିରେ ଆଶି ସେହି ଘରେ ରହୁଥିଲା ଅଳ୍ପ କିଛି ଦିନ ପାଇଁ ଦେଇ ପୁଣି ମନା କରିଦେଇ ଥିଲା। ଗାଁ ପିଲାଙ୍କ ପାଠପଢା ବନ୍ଦ ନହେବା ପାଇଁ ଅଭିଭାବକ ମାନେ ଆଉ ଏକ ବିରର୍ଶୀ ମାଝୀର ବିଜୁ ପକ୍କା ଘର ପୂର୍ବ ପରି ୫ଶହ ଟଙ୍କା ଭଡ଼ାରେ ବର୍ତ୍ତମାନ ପାଠ ପଢା ଛାଲିଛି। ଯାହା ଫଳରେ ଦୁଇଟି କୋଠରୀରେ ୩୮ ଛାତ୍ରଛାତ୍ରୀଙ୍କ ବସି ପାଠ ପଢା ସମ୍ଭବ ହେଉନ ଥିବା ଯୋଗୁଁ ଘର ବାରି ପଟେ ଖୋଲା ଜାଗାରେ ବି ପିଲା ବସୁଛନ୍ତ।

ପିଲାଙ୍କ ପାଇଁ ଶୌଚାଳୟ ନାହିଁ, ପାନୀୟ ଜଳ ନାହିଁ, ପିଲା ମଧ୍ୟାହ୍ନ ଭୋଜନ ଖାଇଲା ପରେ ନାଳକୁ ହାତ ଧୋଇ ଯାଉ ଥିବା ବେଳେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପଟେ ବ୍ଲକର ୭୦ ପ୍ରତିଶତ ସ୍କୁଲରେ ପୋଷାକ ଓ ଜୋତା ଦିଆ ଯାଇ ଥିବା ବେଳେ ସ୍କୁଲର ୩୫ରୁ ୧୫ଟି ଛାତ୍ରଙ୍କ ପାଇଁ ୯ ହଜାର ଟଙ୍କା ଆସିଥିବା ବେଳେ ଶିକ୍ଷକ ମାନେ ପୋଷାକ ଆଣି ପାରୁ ନାହାଁନ୍ତି।ସ୍କୁଲର ପରିସ୍ଥିତିକୁ ଦେଖି ବହୁ ଥର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଞ୍ଚଳବାସୀ ଦୁଃଖପ୍ରକାଶ କରୁଛନ୍ତି। ଏହି ସ୍କୁଲ ଲାଞ୍ଜିଗଡ଼ ଠାରୁ ବିଜେପୁର ମୁଖ୍ୟ ରାସ୍ତା ସାପଚଞ୍ଚଡା ଠାରେ ଥିବା ବେଳେ ତଲକାଲିମା,ନମେଲ ବାହିଲି, ଗୋପି ଗୁଡା ଓ ସାପଚଞ୍ଚଡା ଗାଁର ଛାତ୍ରଛାତ୍ରୀ ଏହି ସ୍କୁଲ ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଘରେ ପାଠ ପଢା ହେଉ ଥିଲେ ମଧ୍ୟ ଆଖପାଖରେ ଶୈଚାଳୟର ସୁବିଧା ନାହିଁ। ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନେ ମଧ୍ୟ ପାଖ ନାଳକୁ ଶୌଚ ପାଇଁ ଯାଇଥିବା ଲୋକେ କହୁଛନ୍ତି। ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବା ଯୋଗୁଁ ଭଙ୍ଗା ସ୍କୁଲରେ ରାତିରେ ଅସାମାଜିକ ଲୋକଙ୍କୁ ସ୍କୁଲ ଗୃହରେ ଦେଖି ଗାଁ ଲୋକ ଭୟଭୀତ ହୋଇଥାନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପାଠପଢା ଦୁଇ ବର୍ଷ ମଧ୍ୟରେ ୩ଟି ଭଡାଘରେ ଛାଲିଥିବା ବେଳେ ବିଇଓଙ୍କ କହିବା ଅନୁଯାୟୀ ସ୍କୁଲ କୋଠା ବନାଇଥିବା ଶିକ୍ଷକର ତଦନ୍ତ ପାଇଁ ସବୁ କାଗଜ ପତ୍ର ଭିଜନେସଙ୍କୁ ଦିଆ ଯାଇଛି ଓ ବ୍ଲକର ଆମେ ବିଲ୍ଡିଂଗ ଲେସର ତିନିଟି ସ୍କୁଲର ରିପୋର୍ଟ ସରକାରଙ୍କୁ ଦେଇଛୁ ବୋଲି ବ୍ଲକ ଶିକ୍ଷା ଅଧିକାରୀ ବାରମ୍ବାର ପ୍ରକାଶ କରୁଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

_________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.