ଭୀମଭୋଇ ମେଡିକାଲ କଲେଜ ପରିଦର୍ଶନ କଲେ ସଂଯୋଜକ ନିକୁଞ୍ଜ ବିହାରୀ ଧଳ

ବଲାଙ୍ଗିର,୭/୧୨ : ରୋଗୀଙ୍କୁ ଉତ୍ତମ ମାନର ସ୍ବାସ୍ଥ୍ୟ ସେବା, ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମାନର ଶିକ୍ଷା ଦେବାପାଇଁ ଯାହାସବୁ ପଦକ୍ଷେପ ଗ୍ରହଣ କରିବା କଥା ନିଆଯିବ ବୋଲି ପ୍ରକାଶ କରିଛନ୍ତି ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲର ସଂଯୋଜକ ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ପାଇବାପରେ ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲ ପରିଦର୍ଶନ କାଳରେ ଏହିକଥା ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ଧଳ ।

ଏହି ଅବସରରରେ ବଲାଙ୍ଗିର ୟୁଥ ଏକ୍ସନ କମିଟି ଦ୍ବାରା ପିଇବାପାଣି, ବିଦ୍ୟୁତ୍ ର ସୁ ବନ୍ଦୋବସ୍ଥ, ୨୪ ଘଣ୍ଚା ଲ୍ୟାବ ଖୋଳା ରଖିବା ଭଳି ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହ ରୋଗୀ ରୋଗୀଙ୍କ ସଂପର୍କିୟ ମାନଙ୍କ ଦ୍ବାରା ମଧ୍ୟ ବିଭିନ୍ନ ଦାବି କରାଯାଇଥିବା ଦେଖା ଯାଇଥିଲା । ପରେ ପରେ ମେଡିକାଳ କଲେଜକୁ ଯାଇ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ଧଳ ।

ଏହି ଗସ୍ଥ ସମୟରେ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଡିଏମଇଟି ନିର୍ଦ୍ଦଶକ ଡା ସି.ବି.କେ. ମହାନ୍ତୀ ପ୍ରମୂଖ ଟିମ୍ ରେ ରହିଥିଲେ । ଏହି ଟିମ୍ ସହ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏବଂ ମେଡିକାଲ କଲେଜର ଡିନ୍ ଲଲିତ କୁମାର ମେହେର ମଧ୍ୟ ଉପସ୍ଥିତ ଥିଲେ ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.