କାମରେ ଲାଗୁନି ୨୨ ଲକ୍ଷ ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ

ପରିବହନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଚିତ୍ର

ବୀରମହାରାଜପୁର,୮/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସଦର ମହକୁମାରେ ଥିବା ସରକାରୀ ବସଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡିରହିଛି । ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୦୬ ମସିହା ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବସଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ।

ଉଦଘାଟନ ପରଠାରୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ବସଷ୍ଟାଣ୍ଡ ଭିତରେ କାନ୍ଥ ସବୁ ଫାଟ ସୃଷ୍ଟି ହେଲାଣି । ଖରା ବର୍ଷାରେ ଯାତ୍ରୀ ମାନେ ବିଶେଷ କରି ମହିଳା ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ବସଷ୍ଟାଣ୍ଡରେ ପରିଶ୍ରାଗାର, ଶୁଦ୍ଧ ପାନୀୟ ଜଳ ଏବଂ ରାତିରେ ଆଲୁଅ ଜଳୁନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ବସଷ୍ଟାଣ୍ଡଟି ପରିବହନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରହିଥିଲେ ମଧ୍ଯ ଆଜିକୁ ୧୩ ବର୍ଷ ବିତି ଗଲାଣି ହେଲେ ବର୍ତେତମାନ ପର୍ଯ୍ୟନ୍ତ ଏହା ଖୋଲାଯାଇ ପାରିନାହିଁ । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ସହ ତୁରନ୍ତ ଏହା କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.