ଗୁଛାପଡା ଗ୍ରାମରେ ଲକ୍ଷ୍ମୀ ପୂଜା

ଦଶଦିନ ଧରି ହେଉଛି ଧନାଦତ୍ରୀଙ୍କ ପୂଜା ୧୩ ତାରିଖରେ ପୂର୍ଣ୍ଣାହୂତୀ

କର୍ଲାମୁଣ୍ଡା,୯/୧୨ : ସ୍ଥାନୀୟ କାର୍ଲମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ଗ୍ରାମ ପଂଚାୟତ ନିକଟବର୍ତ୍ତୀ ଗୁଛାପଡା ଗ୍ରାମରେ ଗତ ବୁଧବାର ଦିନରୁ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେଉଛି । ପ୍ରତି ବର୍ଷ ମାର୍ଗଶିର ମାସର ଶେଷ ଦୁଇ ଗୁରୁବାରରେ ଏହି ପୂଜା ଦଶ ଦିନ ଧରି ହୋଇଥାଏ । ଆସନ୍ତା ୧୩ ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହେବ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମବାସୀ ମାନଙ୍କ ସହଯୋଗରେ ଏହି ପୂଜା ଆରମ୍ଭ ହୋଇଛି । ପୂଜା କର୍ତ୍ତା ଭାବରେ ଜଳନ୍ଧର ସାହୁ ଓ ଜାନକୀ ସାହୁ ଥିବା ବେଳେ ମହାଲକ୍ଷ୍ମୀ ଯୁବକ ସଂଘର କର୍ମକର୍ତ୍ତା ତଥା ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ବ୍ୟାସ ପଣ୍ଡିତ ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ମହାଲକ୍ଷ୍ମୀ ଚରିତ ପାରାୟଣ କାର୍ଯ୍ୟକ୍ରମ ପରିବେଷଣ ହେବାସହ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଏହି ପାରାୟଣ କାର୍ଯ୍ୟକ୍ରମଟିକୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରରୁ ଅନେକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହେଉଥିବାରୁ ମହାଲକ୍ଷ୍ମୀ ଯୁବକ ସଂଘର କର୍ମକର୍ତ୍ତାମାନେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ସହ କର୍ଲାମୁଣ୍ଡା ପ୍ରତିନିଧି ବାଲକୁମର ସାହୁଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.