ଖୋଲୁନି କପାମଣ୍ଡି : ଦଲାଲ ହାତରେ ଚାଷୀ

ସଂକଟରେ ଧଳା ସୁନା ଚାଷୀ, ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା !

ବୀରମହାରାଜପୁର,୯/୧୨ (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି ଜିଲ୍ଲାରେ ବଡଖମାର ଠାରେ କପାମଣ୍ଡି ଖୋଳିବା ପାଇଁ ବାରମ୍ବାର ପ୍ରଶାସନ କହି ଆସୁଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ । ଫଳରେ ଏହି ଅଞ୍ଚଳରେ କପାଚାଷୀ ମାନେ ଅଭାବି ବିକ୍ରି ସହ ବାହାର ରାଜ୍ୟର ଦଲାଲ ମାନଙ୍କ ଶୋଷଣର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମତେ, ଚଳିତ ଖରିଫରେ ବୀରମହାରାଜପୁର ବ୍ଲକ ରେ ମୋଟ ୩୦୦୦ ହଜାର ୬୦୦ ହେକ୍ଟର ଜମିରେ କପା ଚାଷ ହୋଇଅଛି । ଚଳିତ ବର୍ଷ ଭଲ ମାନର କପା ହୋଇଥିବାରୁ ସରକାରୀ ଧାର୍ଯ୍ଯ ମୂଲ୍ଯ କ୍ବିଣ୍ଟାଲ ପିଛା ୫ ହଜାର ୯୦୦ ଟଙ୍କା ରଖାଯାଇଥିବା କୁହାଯାଉଛି । ହେଲେ ଏଠାରେ ମଣ୍ଡି ନଖୋଲି ପ୍ରଶାସନ ଓ ଅସାଧୁ ମିରଲ ସହ ହାତ ମିଳାଇ ଦଲାଲ ସାହାଯ୍ୟରେ କପାଚାଷୀ ଠାରୁ ୩୦୦୦ ରୁ ୪୦୦୦ ଟଙ୍କା ଦେଇ କପା କିଣୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଏ ବର୍ଷ କପାର ଦାମ୍ ପାଖାପାଖି ଦୁଇ ଗୁଣରୁ ଅଧିକ ରହୁଥିବାରୁ ଏହି ଅଞ୍ଚଳର କପାଚାଷୀ ମାନେ ଅଧିକ ଲାଭବାନ ହେବେ ବୋଲି ବିଶେଷ ସୁତ୍ରରୁ ଜଣାଯାଇଛି । ହେଲେ ଠିକ୍ ତାହାର ଓଲଟା ଚିତ୍ର ଏହି ଅଞ୍ଚଳରେ ଦେଖିବାକୁ ମିଲୁଛି । ଜିଲ୍ଲା କୃଷି ବିଭାଗର ଅବହେଳା ଯୋଗୁ ଏଯାଏଁ କପାର ବିକ୍ରୟ ମଣ୍ଡି ଖୋଲାଯାଇ ନାହିଁ । ଫଳରେ କପା ଚାଷୀଙ୍କୁ ଅଭାବୀ ବିକ୍ରିର ସାମନା କରିବାକୁ ପଡୁଛି । ବାହାରୁ ଦଲାଲ ଆସି ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ଯ ମୂଲ୍ଯରୁ ଢେର୍ କମ୍ ଟଙ୍କାରେ ଶହ ଶହ କୁଇଣ୍ଟାଲ କପା କିଣିନେଉଥିବା ଦେଖିବାକୁ ମିଳିଛି । ତେବେ ସରକାରୀ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀ ମଧ୍ଯ ତାର ପରିଶ୍ରମ ‘ଧଲାସୁନା’ କମ୍ ଦାମରେ ବିକ୍ରି କରିବାକୁ ବାଧ୍ଯ ହେଉଥିବା ଜଟେସିଂହା, ଆନନ୍ଦପୁର, ଖମାର, ପିତାମହୁଲ, ମୃୁଷୁଣ୍ଢୀ, ଅମରପାଲି ପ୍ରଭୁତି ଗ୍ରାମର ଅନେକ ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କୁ ଯୋଗା ଯୋଗ କରିବାରୁ ମିଲର ମାନଙ୍କ ସହ ଯୋଗାଯୋଗ କରାଯାଇଛି ଆସିଲେ ଚାଷିମାନଙ୍କ ଠାରୁ କପା କିଣା ହେବ ବୋଲି ପ୍ରତିକ୍ରିୟା ରଖିଥିଲେ । ଏନେଇ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ କପାଚାଷୀ ମାନେ ଦାବି କରିଛନ୍ତି ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.