କାମ୍ପମାଲିଗାଁ ଠାରେ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମ, ୩୧୭ଟି ଅଭିଯୋଗର ଶୁଣାଣୀ

ରାୟଗଡ,୧୦/୧୨ : ରାୟଗଡ ଜିଲ୍ଳା ସଦର ବ୍ଳକର କାମ୍ପମାଲିଗାଁ ଗ୍ରାମ ପଂଚାୟତର ଠାରେ ସୋମବାର ଦିନ ପଲ୍ଳୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଳା ପରିଷଦ ସଭ୍ୟ ପି.ଗୈାରୀ ଶଙ୍କର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା, କୃଷି ବିଭାଗରୁ କେଦାର ନାଥ ପଣ୍ଡା ତଥା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ଓ ଶିଶୁ ବିକାଶ, ଜଳଛାୟା ପ୍ରକଳ୍ପ, ଓଡିଶା ଜୀବିକା ମିଶନ ଆଦି ବିଭାଗ ତରଫରୁ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର ଯୋଜନାଗୁଡିକ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ ।

ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ “ଖଜୁରୀଗଛ” ନାମକ ପଥପ୍ରାନ୍ତ ନାଟକ ମାଧ୍ୟମରେ ବାହ୍ୟ ମଳମୁକ୍ତ ଗ୍ରାମ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରକ୍ତ ତହସିଲଦାର ସୁନୀଲ ଖରା ଯୋଗ ଦେଇ ସର୍ବମୋଟ ୩୧୭ଟି ଅଭିଯୋଗ ଶୁଣିଥିଲେ ଏବଂ ସେଗୁଡିକର ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ଦରଖାସ୍ତ ପ୍ରେରଣ ନିମନ୍ତେ ଆଦେଶ କରିଥିଲେ ।

ଏହି ଅଭିଯୋଗଗୁଡିକରେ ଆବାସ ଗୃହ, କାଳିଆ ଯୋଜନା, ପଡିକାର୍ଡ ଓ ଭତ୍ତା ସଂପର୍କୀତ ରହିଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ୩୦ଜଣ ଗ୍ରାମବାସୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା । ସେହିପରି ୪୨ଗୋଟି ଅଣସଂଗଠିତ ଶ୍ରମିକଙ୍କ ପଂଜୀକରଣ ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇଥିଲା ।

ପୁଷ୍ଟିକର ଖାଦ୍ୟ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୁଷମ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା । ପଶୁ ବିଭାଗ ପକ୍ଷରୁ ଡଃ.ରାଜେଶ ମହାପାତ୍ର ଯୋଗ ଦେଇ ୨୦୦ ପଶୁଙ୍କ ଟୀକାକରଣ ଓ ୫୦ଟି ପଶୁଙ୍କ ଚିକିତ୍ସା କରିଥିଲେ । ଏହାର ଆୟୋଜନରେ ବିଜୁ ଯୁବ ବାହିନୀର ବ୍ଳକ ସଂଯୋଜକ ସୋମନାଥ ବାଗ ଓ ଅନ୍ୟ ସଦସ୍ୟ, ବ୍ଳକର ନିର୍ବାହୀ ଅଧିକାରୀ, ଜିଆରଏସ, ଯୋଗାଣ ସହାୟକମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ମାନବ ସମ୍ବଳ ଶିକ୍ଷକ ନୀଳାଂଚଳ ମିଶ୍ର ପରିଚାଳନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.