ଇମ୍ଫାଲ,୧୯/୧୨: ମଣିପୁରର ଭାଜପା ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କହି ସାମ୍ବାଦିକ କିଶୋର ଚନ୍ଦ୍ର ଓ୍ବାଙ୍ଗଖେମଙ୍କୁ ଜେଲ ଯିବାକୁ ପଡ଼ିଛି । ରାଷ୍ଟ୍ରିୟ ସୁରକ୍ଷା ଅଧିନିୟମ (ଏନ୍.ଏସ୍.ଏ) ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ ମାସରେ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ଅବସରରେ ମଣିପୁରର ଏହି ସାମ୍ବାଦିକ ଜଣକ କେତେକ ଭିଡିଓ ଅପଲୋଡ କରିଥିଲେ । ସେଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜାପା ଓ ମଣିପୁର ମୂଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ଙ୍କ ବିରୁଦ୍ଧରେ କଥିତ ଆପତ୍ତି ଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି । ଏହାରି ବିରୁଦ୍ଧରେ କୋର୍ଟରେ ମାମଲା ରୁଜୁ କରାଯିବ ବୋଲି ସାମ୍ବାଦିକ ୱାଙ୍ଗଖେମଙ୍କ ଓକିଲ ପ୍ରକାଶ କରିଛନ୍ତି । ତେବେ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭର କଣ୍ଠରୋଧ ପାଇଁ ଭାଜାପା ସରକାର ପ୍ରୟାସ କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚା ଯୋର ଧରିଛି ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube