ରାୟଗଡରେ ସିଆରପିଏଫ ଆଇ.ଜି.

ଜିଲ୍ଳାରେ ଲାଲ ବାହିନୀର ଗତିବିଧି ରହିଛି – ସିଆରପିଏଫ ଆଇ.ଜି.

ରାୟଗଡ,୧୧/୧୨ : ମାଓ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ମାଓବାଦୀଙ୍କ ଗତିବିଧି ଓ କାର୍ଯ୍ୟକଳାପ କିପରି ରହିଛି ଓ ଜିଲ୍ଳାବାସୀଙ୍କୁ ସିଆରପିଏଫ ତରଫରୁ କିପରି ଭାବେ ସୁରକ୍ଷା ପ୍ରଦାନ କରାଯାଉଛି ଆଦି ବିଷୟଗୁଡିକ ଉପରେ ସମୀକ୍ଷା କରିବା ପାଇଁ ଓଡିଶା ସେକ୍ଟରର ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଓଡିଶାର ରାୟଗଡ ଜିଲ୍ଳାକୁ ବୁଧବାର ଦିନିକିଆ ଗସ୍ତରେ କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ (ସିଆରପିଏଫ)ର ଇନ୍ସପେକ୍ଟର ଅଫ ଜେନେରାଲ (ଆଇ.ଜି) ଏସ.କେ.ମହାନ୍ତି ରାୟଗଡ ସହରର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡକ୍ୱାଟର୍ସରେ ପଂହଚିଥିଲେ । ସେଠାରେ ମଧ୍ୟାହ୍ନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ରାଜ୍ୟରେ ମାଓ ହିଂସା ବହୁ ପରିମାଣରେ ହ୍ରାସ ପାଇଛି । ତେବେ ରାୟଗଡ ଜିଲ୍ଳାରେ ମାଓବାଦୀଙ୍କ ଗତିବିଧି ରହିଥିବା ସେ କହିଛନ୍ତି । ଅପରପକ୍ଷେ ଲାଲ ବାହିନୀଙ୍କ ଗତିବିଧି ସଂପର୍କରେ ସୂଚନା ବିଳମ୍ବରେ ମିଳୁଥିବା ହେତୁ ସ୍ଥାନୀୟ ପୋଲିସ, ଗ୍ରାମବାସୀମାନେ ଗତିବିଧି ଉପରେ ସୂଚନା ଦେଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିହେବ ବୋଲି କହିଛନ୍ତି । ସେହିପରି ରାୟଗଡ ଜିଲ୍ଳାରେ ଚଳିତ ବର୍ଷ ନୂଆ କ୍ୟାମ୍ପ ହେବାର କୈାଣସି ଯୋଜନା ନାହିଁ ବୋଲି ପ୍ରକାଶ କରିଛନ୍ତି ।

 

ମୁକୁନ୍ଦପୁର ସିଆରପିଏଫ କ୍ୟାମ୍ପ ଉଠାଇ ତ୍ରିଲୋଚନପୁରରେ ନୂଆ କ୍ୟାମ୍ପ ଯୋଜନା

ବିଶେଷ କରି ନିୟମଗିରି ପାହାଡ ତଥା କଳାହାଣ୍ଡି ସୀମାନ୍ତ ଅଂଚଳରେ ମାଓ ସଂଗଠନ ସକ୍ରୀୟ ରହିଥିବା ଯୋଗୁଁ ଅନେକ ସମୟରେ ନିରୀହ ଜନତା ଏମାନଙ୍କ ଶୀକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ରାୟଗଡ ଜିଲ୍ଳାର ମୁକୁନ୍ଦପୁରରେ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପକୁ ଉଠାଇ ରାୟଗଡ-କଳାହାଣ୍ଡି ଜିଲ୍ଳାର ସୀମାନ୍ତ ତ୍ରିଲୋଚନପୁର ଠାରେ କ୍ୟାମ୍ପ କରିବା ନେଇ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଂଚଳର ଘଂଚ ପାହାଡ ଜଙ୍ଗଲରେ ପୂର୍ବ ପରି ଏବେ ମଧ୍ୟ ଲାଲବାହିନୀ ରାତ୍ର ଅନ୍ଧାରରେ ଗ୍ରାମଗୁଡିକରେ ବୁଲାବୁଲି କରୁଥିବା ଶୁଣିବାକୁ ମିଳୁଥିବା ବେଳେ ମୁକୁନ୍ଦପୁର ଠାରେ ସିଆରପିଏଫ କ୍ୟାମ୍ପକୁ ହଟାଇ ତ୍ରିଲୋଚନପୁରରେ ସ୍ଥାନାନ୍ତର କରାଗଲେ ଏହି ଅଂଚଳରେ ପୁଣି ଥରେ ଯେ ମାଓବାଦୀଙ୍କ ଦବଦବା ପୂର୍ବାବସ୍ଥାକୁ ଫେରିବ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ସେହିପରି ରାୟଗଡ ଜିଲ୍ଳାରେ ରାଜ୍ୟ ପୋଲିସ, ବିଏସଏଫଙ୍କ ସହ ମିଳିତରେ କୁମ୍ଭିଂ ଅପରେସନ ଜାରି ରହିଥିବାରୁ ଜିଲ୍ଳାରେ ନିୟମଗିରି ଅଂଚଳକୁ ଛାଡି ଦେଲେ ଅନ୍ୟ ମାଓ ପ୍ରବଣ ଅଂଚଳଗୁଡିକରେ ସ୍ଥିତି ଭଲ ରହିଥିବା ସେ କହିଛନ୍ତି । ମାଓ ପ୍ରବଣ ଦୁର୍ଗମ ଅଂଚଳଗୁଡିକରେ ଥିବା ଗ୍ରାମବାସୀମାନଙ୍କୁ ମାଓବାଦୀଙ୍କ ହିଂସା ବାଟକୁ ନ ଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହୋଇ ପୋଲିସ ସୁରକ୍ଷା ବଳ ସହ ସୁସଂପର୍କ ସ୍ଥାପନା କରିବା ପାଇଁ ସିଆରପିଏଫ ତରଫରୁ ଜନ ସଂପର୍କ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯାଉ ଥିବାରୁ ଜିଲ୍ଳାରେ ମାଓବାଦୀଙ୍କ ଉପସ୍ଥିତି କମିବାରେ ଲାଗିଛି ବୋଲି କହିଥିଲେ ।

ପ୍ରକାଶଥାଉକି, ଜିଲ୍ଳାର ଶେଷଖାଲ, ଗୁଡାରୀ, କଲ୍ୟାଣସିଂହପୁର ଓ ବିଷମକଟକରେ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ରହିଛି । ସାମ୍ବାଦିକ ସମ୍ମିଳନୀ ପରେ ଆଇ.ଜି.ଶ୍ରୀ ମହାନ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସୈନିକ ସମ୍ମିଳନୀରେ ଯୋଗ ଦେଇଥିଲେ । ପରେ ସେ ମୁନିଗୁଡା ଠାରେ ଥିବା ଅଷ୍ଟମ ବାଟାଲିୟନ କ୍ୟାମ୍ପକୁ ପରିଦର୍ଶନରେ ଯାଇଥିବା ଲୋକ ସଂପର୍କ ଅଧିକାରୀ ମେଜର ସରୋଜ ମହାନ୍ତି ସୂଚନା ଦେଇଛନ୍ତି । ଆଇ.ଜି.ଙ୍କ ଗସ୍ତ ବେଳେ ଡିଆଇଜପି ସମ୍ବଲପୁର ରେଂଜ ଏସ.ଡି.ପାଣ୍ଡେ, ୪ର୍ଥ ବାଟାଲିୟନ କମାଣ୍ଡଡେଂଟ ୱାଇ.କେ. ରାଜପୁତ, ସେକେଣ୍ଡ ଇନ କମାଣ୍ଡଡେଂଟ ଏସ.କେ. ଠାକୁର, ଶ୍ରୀମତି ମିତୁ ରଏ, ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାର, ଅଷ୍ଟମ ବାଟାଲିୟନ କମାଣ୍ଡଡେଂଟ ଏନ.କେ.ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡ଼ାରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ୍ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.