ମୃତ ଦାଦନ ଶ୍ରମିକଙ୍କ ପରିବାରବର୍ଗଙ୍କୁ ସହାୟତାର ହାତ ବଢାଇଲା ଲାଞ୍ଜିଗଡ ମଣ୍ଡଳ ବିଜେପି


ଲାଞ୍ଜିଗଡ଼,୧୨/୧୨ : ଦାଦନ ଖଟିବାକୁ ତାମିଲନାଡୁ ଯାଇ ସେଠାରେ ମୃତ୍ୟୁମୁଖରେ ପଡିଥିବା କୁମୁଟି ଜାଲଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଲାଞ୍ଜିଗଡ ବିଜେପି । ଲାଞ୍ଜିଗଡ଼ ମଣ୍ଡଳ ବିଜେପି ତରଫରୁ କୁମୁଟିଙ୍କ ସୁଦ୍ଧ କ୍ରିୟା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଲାଞ୍ଜିଗଡ଼ ମଣ୍ଡଳ ବିଜେପି ସଭାପତି ଭାଗିରଥି ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ବେହେରା ଘୋଡାପୋଖରୀ ଗାଁକୁ ଯାଇ କୁମୁଟିର ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସୁଦ୍ଧି କାର୍ଯ୍ୟ ପାଇଁ ଆର୍ଥିକ ସହାୟତା କରିଥିଲେ।

ଏଠାରେ ସୂଚନାଯୋଗ୍ୟଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ା ପୋଖରୀ ଗାଁର କୁମୁଟି ଜାଲ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୁଷ୍ଟି କରିଛି। ଏହି ଘଟଣା ପରେ ପରିବାର ସମସ୍ତେ ଭାଙ୍ଗି ପଡିଛନ୍ତି।କୁମୁଟିଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଜାଲ, ପୁଅ ନରେଶ ଓ ଝିଅ କିଭଳି ଚଳିବେ ତାହକୁ ନେଇ ଚିନ୍ତାରେ ପଡିଛନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବେନଗାଁ ପିଓ ମନୋଜ ଶବର ହରିଶଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି। ସାରା ଘୋଡାପୋଖରୀ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଆର୍ଥିକ ଅବସ୍ଥାକୁ ନେଇ ଓ ଆଗକୁ ପରିବାର ତିନି ପ୍ରାଣୀ କିଭଳି ପ୍ରତିପୋଷଣ ହେବେ ସେ ନେଇ ପ୍ରଶାସନର ସହଯୋଗର ଆବଶ୍ୟକ ରହିଛି ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣାର ପରେ ପରେ ସହଯୋଗର ହାତ ବଢେଇଛି ବିଜେପି।

ଲାଞ୍ଜିଗଡପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta