ସେଲ୍ଫି ନେଲା ଜୀବନ : ରାମ ଦୋଳିରୁ ପଡି ଯୁବକ ମୃତ


ଆଞ୍ଚଳିକ ଧନୁଯାତ୍ରା ଏସ ରାମପୁରରେ ଘଟିଲା ଅଘଟଣ

ସୋନପୁର,୧୨/୧୨ : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଏସ ରାମପୁର ଠାରେ ଆଚଂଳିକ ଧନୁଯାତ୍ରା ବେଳେ ରାମ ଦୋଳିରୁ ସେଲଫି ନେବା ବେଳେ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତ ଯୁବକ ପ୍ରଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ମୃତକ ହେଲେ ବୈରାଗିମୁଣ୍ଡା ଗାଁର ଜଗା ବାରିକ । ସୁଚନା ମତେ ଜଗା ଓ ତାଙ୍କ ସାଙ୍ଗ ମାଧବ ଛତ୍ରିଆ ଯାତ୍ରା ଦେଖିବାକୁ ଅସିଥିଲେ । ସେମାନେ ରାମ ଦୋଳି ରୁ ସେଲଫି ନେଉଥିବା ବେଳେ ଖସିପଡିଥିଲେ । ଉଭୟଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଯାଇଥିଲା । ଜଗାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିସ୍ରାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ବୁର୍ଲା ମେଡିକାଲ ଫାଣ୍ଡି ପୋଲିସ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ରାମପୁର ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଏନେଇ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta