କର୍ଲାମୁଣ୍ଡା,୧୯/୧୨:
କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଳକ ଅନ୍ତର୍ଗତ ବାଙ୍କେଲ ଗ୍ରାମର ଇସ୍କନ ଅନୁଷ୍ଠାନ ଶ୍ରୀ ଶ୍ରୀ ରାଧାଗୋପୀଜନବଲ୍ଲଭ ଆଶ୍ରମ ରେ ଆଜି ଅନୁଷ୍ଠିତ ହୋଇଯାଇଛି ଗୀତା ଜୟନ୍ତି। ସାଧାରଣତଃ ପ୍ରତିବର୍ଷ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଏକାଦଶୀ ରେ ଗୀତାଜୟନ୍ତି ପାଳନ କରାଯାଏ। ସେହିପରି ଏ ବର୍ଷ ମଧ୍ୟ ରାଧାଗୋପୀଜନବଲ୍ଲଭ ଆଶ୍ରମ ତରଫରୁ ଆୟୋଜିତ ହୋଇଛି ଗୀତାଜୟନ୍ତି । ଏଥିରେ ପଚାଶ ରୁ ଉର୍ଦ୍ଧ ଦମ୍ପତ୍ତି ତଥା ଇସ୍କନ ଭକ୍ତ ଯୋଗ ଦେଇ ପ୍ରଥମେ ଉତ୍ତେଇ ନଦୀ କୁ ଯାଇ ଗଙ୍ଗା ବରଣ ପରେ କଳସ ଯାତ୍ରା କରିଥିଲେ ଏବଂ ଗୀତାର ସାତ ଶହ ଶ୍ଳୋକ ପାଇଁ ସାତ ଶହ ଆହୂତି ପ୍ରଦାନ କରିଥିଲେ। ଗୀତା ଜୟନ୍ତି ବିଷୟରେ ମଧୁମଙ୍ଗଲ ଦାସ କହିବାସହ ଗୀତାର ଆଭ୍ଭିଭାବ ଓ ଗିତା ର ଶ୍ଲୋକ ଆବୃତ୍ତି କରିଥିଲେ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube