ଟିଡିସିସି ଦ୍ଵାରା ବନ୍ଧନ ବିକାଶ କେନ୍ଦ୍ର ଗଠନ ଓ ଜନଧନ ବିକାଶ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୧/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ଗ୍ରାମ ପଞ୍ଚାୟତ ଓ ଭୁର୍ଟିଗଡ ଗ୍ରାମ ପଞ୍ଚାୟତ ଠାରେ ଟିଡିସିସି ଦ୍ଵାରା ବନ୍ଧନ ବିକାଶ କେନ୍ଦ୍ର ଗଠନ ଓ ଜନଧନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ “ଟିଆରଆଇଏଫ୍ଇଡି” ସହାୟତାରେ ସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଗଠନ କରାଯାଇଥିବା ଜନଧନ ବିକାଶ କେନ୍ଦ୍ର ଓ ଅଞ୍ଚଳରୁ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଏବଂ ଏହାକୁ ଉନ୍ନତମାନରେ ତିଆରି କରି ବିକ୍ରୀ କରି ଆଦିବାସୀ ଭାଇ, ଭଉଣୀ ମାନଙ୍କର ଆର୍ଥିକ ଉନ୍ନତି କରିବା ଏହାର ଲକ୍ଷ୍ୟ । ତିନିଶହ ସଭ୍ୟ ଥିବା ଅତିକମରେ ତିରିଶିଟି ସ୍ଵୟଂସୟ ଗୋଷ୍ଠୀ ର ସଭ୍ୟା ମାନେ ଏହାର ଉପକାରିତା ଉପଭୋଗ କରିପାରିବେ । ନିକଟସ୍ଥ ଅସାମାଜିକ ବ୍ୟବସାୟୀକ ଦ୍ଵାରା ଶୋଷଣ ନ ହୋଇ ଉଚିତ ଦାମ୍ ତଥା ସରକାରୀ ସହାୟକ ମୂଲ୍ୟ ରେ ନିଜ ନିଜର ସଂମ୍ପାଦିତ ଦ୍ରବ୍ଯ ବିକା କିଣା କରିପାରିବେ ।

ଏଥିପାଇଁ ଟିଡିସିସି ଓ ଟିଆରଆଇଏଫ୍ଇଡି ସହାୟତା ଯୋଗାଇ ଦିଆଯିବ । ଉକ୍ତ ବୈଠକରେ ନିକଟସ୍ଥ ସମସ୍ତ ସ୍ଵୟଂସହାୟକ ଗୋଷ୍ଠୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଲାଞ୍ଜିଗଡ଼ ବ୍ଲକ୍ ର ବି ଏଲ୍ ସି ଶ୍ରୀ ଜଲଧର ତାଣ୍ଡି , ଟିଡିସିସି ର ଶାଖା ପରିଚାଳକ ଶ୍ରୀ ନବଘନ ପ୍ରଧାନ, ଫିଲ୍ଡ ଅଫିସର ଶ୍ରୀ ବିପିନ କୁମାର ରଥ , ମିଶନ ଶକ୍ତି ବିପିସି ଶ୍ରୀ ଜାଦେବ୍ ଇକ୍ବଲ ଖାଁନ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗଦୀଶ ବେନିଆ , ଭୁର୍ଟିଗଡ ଗ୍ରାମ ପଞ୍ଚାୟତ ଜି ଆର୍ ଏସ୍ ଚନ୍ଦ୍ର ମଣି ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
____________________________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.