ମୁମ୍ବଇ : ଛୋଟେ ମିଆଁ ଗୋବିନ୍ଦା ବଡେ ମିଆଁ ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ ଏକ ରହସ୍ୟର ଉନ୍ମୋଚନ କରିଛନ୍ତି । ଅଭିନେତା ଗୋବିନ୍ଦା ଏବଂ ବିଗ୍ ବି ଅମିତାଭ ବଚ୍ଚନ ‘ବଡ଼େ ମିଆଁ ଛୋଟେ ମିଆଁ’ ଫିଲ୍ମରେ କାମ କରିଥିଲେ । ତେବେ ଫିଲ୍ମ କରିବା ପୂର୍ବରୁ ଗୋବିନ୍ଦାଙ୍କ ମନରେ ଗୋଟେ ଡ଼ର ରହିଥିଲା ।
ଡ଼ରିବାର କାରଣ ଥିଲା ସମୟରେ ନ ପହଞ୍ଚିବା । ଗୋବିନ୍ଦା ଏକା ସାଙ୍ଗରେ ଅନେକ ଫିଲ୍ମ ସାଇନ୍ କରିଥିବାରୁ ସେ କୌଣସି ବି ଫିଲ୍ମର ସୁଟିଂ ସେଟ୍ରେ ସମୟରେ ପହଞ୍ଚି ପାରୁ ନଥିଲେ । ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କରିବାର ସୁଯୋଗ ମିଳିବା ପରେ ସେ ଡ଼ରିବା ଆରମ୍ଭ କରିଥିଲେ ।
କାରଣ ଅମିତାଭ ବଚ୍ଚନ ସମୟ ପୂର୍ବରୁ ସୁଟିଂ ସେଟ୍ରେ ପହଞ୍ଚିବାରେ ବିଶ୍ୱାସ ରଖୁଥିଲେ । ପରେ ସେ ଫିଲ୍ମ ସାଇନ୍ କରିବା ପୂର୍ବରୁ ନିଜ ଅସୁବିଧା ବିଷୟରେ ଅମିତାଭ ବଚ୍ଚନଙ୍କୁ ଜଣାଇଥିଲେ । ତାଙ୍କ କଥା ଶୁଣି ବିଗ୍ ବି ଅଭୟବାଣୀ ଦେଇ କହିଲେ, ମୋର ଅସୁବିଧା ନାହିଁ । ଆପଣ କେଉଁ ସମୟରେ ସୁଟିଂ ସେଟ୍ରେ ପହଞ୍ଚିବେ ମୋତେ ଜଣାଇବେ । ସେହି ସମୟରେ ମୁଁ ପହଞ୍ଚି ଯିବି ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube