ଦଣ୍ଡପାଟ ଧନୁଯାତ୍ରାରେ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ

କବିତା ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେବା ଭିନ୍ନ ଏକ ପ୍ରୟାସ – ମୂଖ୍ୟ ଅତିଥି

କୋକସରା,୨୭/୧୨ : ଦଣ୍ଡପାଟରେ ଚାଲିଛି ମହାରାଜ କଂସଙ୍କ ରାଜୁତି । କଳାହାଣ୍ଡି କଳା ସଂସ୍କୃତିକୁ ପରିପୃଷ୍ଠ କରିବାରେ ଦଣ୍ଡପାଟ ଅଂଚଳର ଅବଦାନ ଅତୁଳନୀୟ । ଧର୍ମଗଡ ବ୍ଲକରେ ଅବସ୍ଥିତ ଦଣ୍ଡପାଟ ଅଞ୍ଚଳର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ବେହେରା ଗାଁ । ଏଠାରେ ଆୟୋଜିତ ହେଉଛି ଧନୁଯାତ୍ରା ମହୋତ୍ସବ। ଏହି ଅବସରରେ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ମହା ବିଦ୍ୟାଳୟ ପରିସରରେ ଦଣ୍ଡପାଟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ କବି, କବୟତ୍ରୀ ମାନଙ୍କର ସମାଗମ ଦେଖିବାକୁ ମିଲିଥିଲା ।

ଲଖିରାମ କଲେଜ ଅଧ୍ୟକ୍ଷ ନିର୍ମଲ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ‘ସାହିତ୍ୟକଥା’ ସଂପାଦକ ସକିତ ରତେ ଯୋଗଦେଇ କବିତା ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେବା ଭିନ୍ନ ଏକ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ମୂଖ୍ୟବକ୍ତା ଭାବେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ଦଣ୍ଡପାଟ ଧନୁଯାତ୍ରାର କଂସ ମହାରାଜ ଗୋପାଳ ପଣ୍ଡା, ସମ୍ମାନିତ ଅତିଥି ସୁଧିର ମେହେର ବିଜ୍ଞାନ ଶିକ୍ଷକ ଚିଚୈଗୁଡା ଉଚ୍ଚ ବିଦ୍ୟାଳୟ, ସଂଜୟ କୁମାର ପୁରୋହିତ ଅଧ୍ୟାପକ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ(+୨) ଲଡୁଗାଁ, ରେଡ୍ କ୍ରସ୍ ଜିଲ୍ଲା ସଂଯୋଜକ ତଥା ଗୋଲାମୁଣ୍ଡା ମହାବିଦ୍ୟାଳୟ ଅଧ୍ୟାପକ ଶାନ୍ତନୁ କୁମାର ପରିଡା, ଡ. ମେହେର ପଟ୍ଟନାୟକ, ନିଳ ଲୋହିତ ସିଂ ଦେଓ, ରାଜେଶ କୁମାର ମୁଣ୍ଡ, ଅଧ୍ୟାପକ ଚିଚୈଗୁଡା ମହାବିଦ୍ୟାଳୟ ପ୍ରମୂଖ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଦୀପ ପ୍ରଜ୍ୱଳନ କରିବା ସାଙ୍ଗକୁ ସ୍ୱାଗତ ସଂଗୀତ ପରିବେଶଣ ସହ ଅଧ୍ୟାପକ ସୁରେନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ କବି, କବୟତ୍ରୀ ଦ୍ୱାରା ନିଜ ରଚିତ କବିତା ପଠନ କରାଯାଇଥିଲା । ଆୟୋଜିତ ଅନୁଷ୍ଠାନ ତରଫରୁ ଆଞ୍ଚଳିକ କବି ଗୈାରାଙ୍ଗ ହଂସଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଦିଆଯାଇଥିଲା । ଅର୍ଜୁନ ଗୋପାଳ, ଡିଲେଶ୍ୱର ରଣା, ଦୀପ୍ତିମୟୀ ମୁଣ୍ଡ, ସ୍ୱର୍ଣ୍ଣକାନ୍ତି ବୈକାର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ ପରିଚାଲନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ମୋହନ ଚରଣ ବିଶି, ରଂଜନ କୁମାର ପଣ୍ଡା ଓ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସାମିଲ ହୋଇ ବିଶେଷ ଭାବରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ବିବରଣୀ ଅଲେଖ ଗୋପାଳ ଉପସ୍ଥାପନ କରିଥିବାବେଳେ କବି ରଜତ ବଂଶଳ ପ୍ରମୂଖ ଭୂମିକା ନିଭେଇଥିଲେ ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.