ବୋରିଆ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ (visual news)

କେସିଙ୍ଗା,୨୦/୧୨: କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତରେ ଓଡିଶା ସରକାରଙ୍କ ପିଠା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭବାନୀପାଟଣା ବିଧାୟକ ଅନାମ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବୋରିଆ ସରପଞ୍ଚ ଦେବେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେସିଙ୍ଗା ଏଏଫଓ ପ୍ରଶାନ୍ତି ନାୟକ, ନାଏବ ସରପଞ୍ଚ ଶିବନି ଦୁର୍ଗା, ସମିତି ସଭ୍ୟ ଧରଣୀଧର ପଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ୟାରିଲାଲ ମାଝୀ, ବିଦ୍ୟୁତ ବିଭାଗ ଏସଡ଼ିଓ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ବୁଝାଇ ଥିଲେ।

ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ବିଭିନ୍ନ ମହିଳା ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ପିଠା ପ୍ରଦର୍ଶନ କରାଯାଇଥିଲା। ଯୋଗାଣ ସହାୟକ ମହେଶ ବଗର୍ତ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଙ୍କଜ ସ୍ୱାଇଁ, ବିଜୁ ଯୁବ ବାହିନୀ କର୍ମକର୍ତ୍ତା, ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 

http://facebook.com/odiabarta

Subscribe us on youtube 

http://youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.