ସ୍ତ୍ରୀର ଚୁନିକୁ ବେକରେ ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା

କାଶିପୁର,୧୬/୧ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ସ୍ତ୍ରୀର ଚୁନିକୁ ବେକରେ ଦେଇ ଆତ୍ମହତ୍ୟା କରିଛନ୍ତି ଜଣେ ଶିକ୍ଷକ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ମାଙ୍କଡଝୋଳା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ ପଣ୍ଡା ୧୦ ବର୍ଷ ହେଲା ଟିକିରିରେ ଘର ଭଡା ନେଇ ରହୁଥିଲେ। ଗତ କାଲି ରାତିରେ ସେ ରହୁଥିବା ଭଡ଼ା ଘରେ ସ୍ତ୍ରୀର ଚୁନି ବେକରେ ଦେଇ ଆତ୍ମ ହତ୍ୟା କରିଥିଲେ । ସେ ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମର ମୂଳ ବାସିନ୍ଦା ବୋଲି ଜଣା ପଡିଛି । କିଛିଦିନ ହେବ ସେ ମାନସିକ ଚାପରେ ଥିବା ତାଙ୍କ ସ୍ତ୍ରୀ କହିଛନ୍ତି ।

ଗତ କାଲି ରାତିରେ ଖାଇ ପିଇ ସାରିବା ପରେ ପ୍ରଶାନ୍ତ ନିଜ ସ୍ତ୍ରୀଙ୍କ ଚୁନୀ ବେକରେ ଦେଇ ଛାତର ଏଙ୍ଗେଲ୍ ମାଧ୍ୟମରେ ଆତ୍ମହତ୍ୟା କରୁଥିବା ସମୟରେ ଚୁନି ଛିଣ୍ଡି ଯାଇ ତଳେ ପଡ଼ିଯାଇଥିବାରୁ ଘଟଣା ସ୍ଥଳରେ ହିଁ ପ୍ରାଣ ଚାଲି ଯାଇଥିଲା । ମେଡିକାଲ୍ ନେବା ପରେ ଶବ ବ୍ୟବଚ୍ଛେଦ ପାଇଁ କାଶିପୁର ପଠାଯାଇଥିଲା, ଶବ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମକୁ ଶବ ପଠାଯିବ ବୋଲି ଟିକିରି ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ବିକାଶ ପ୍ରଧାନ କହିଛନ୍ତି । ଏପଟେ ଶିକ୍ଷକଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ odiabarta.in

___________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.