ଫାଇନାଲ ମ୍ୟାଚରେ ତୁଳାପଡା ବିଜୟୀ
କର୍ଲାମୁଣ୍ଡା,୨୧/୧୨:
ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ଆନୁକୂଲ୍ୟରେ ହରଗୌରୀ ଯୁବକ ସଙ୍ଘ କୁସୁର୍ଲା ଦ୍ଵାରା ସ୍ଥାନୀୟ ଯୋରାଡ଼ବରା ହାଇସ୍କୁଲ ପଡ଼ିଆରେ ହରଗୌରୀ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ କୁଶୁର୍ଲା ଏବଂତୁଳାପଡା ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥୀଲା । ଏକ ରୋଚକ ପୂର୍ଣ୍ଣ ଖେଳରେ ୩-୧ ଗୋଲରେ ତୁଳାପଡା କୁଶୁର୍ଲା କୁ ହରାଇ ଚାମ୍ଫିଆନ ହୋଇଛି। ଉଦଜାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମ-ରାମପୁର ତହସିଲଦାର ସୁନେନ୍ଦ୍ର ହନାଙ୍ଗ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଲେଖ୍ଖାପାଳ ଦ୍ବୀତିଆ ବନଛୋର,ପ୍ରିୟଙ୍କା ଶଂକର(ପ୍ରୋଗ୍ରାମ କୋଡିନେଟର) ,ସୁବୋଧ କୁମାର ଶତପଥି (ହର ଗୌରୀ ମହା ବିଦ୍ୟାଳୟ ଅଧ୍ୟକ୍ଷ), ଶ୍ରୀମତୀ ଯାଜ୍ଞସେନୀ ଜାନୀ(ସମାଜସେବୀ),
ସଭାପତି ଡିଙ୍ଗର ବନଛୋର, ସଂପାଦକ ଯୁଗଲ ନାଗ, ଜାତୀୟ ସ୍ବେଛାସେବୀ ଡୋଳେନ୍ଦ୍ର ସାହୁ, ରଶ୍ମିତା ସୁନା, ଜଗତା ନନ୍ଦ ପଧାନ, ସୁଜାତା ନନ୍ଦ, ଲକ୍ଷ୍ମୀ ସାହୁ, କିଶୋର କୁମାର ସାହୁ, ରୋହନ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଖେଳ ପରିଚାଲନା କରିଥିଲେ ପଦ୍ମନାଭ ବନଛୋର । ପ୍ରଫୁଲ୍ଲ ବଡମାଳୀ,ସିର୍ଧାଥ ଜାନୀ କ୍ରିଡା ପରିଚାଳନାରେ ସହଯୋଗ କରିଥିଲେ ।
Report by Nabin Kishor Sahu, Correspondent Karlamunda odiabarta.in