ବ୍ୟାଙ୍କ ପରିଚାଳକଙ୍କ ପେଟ ଓ ଜଙ୍ଘରେ ତିନୋଟି ଗୁଳି
: ଅଜଣା ର୍ଦୁବୃତ ଗୁଳିମାରି ଫେରାର
ଟିଟିଲାଗଡ,୨୧/୧୨:
ଟିଟିଲାଗଡ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗୀର (ୟୁଜିବି) ର ବିଜେପୁର ଶାଖା ପରିଚାଳକ ଙ୍କୁ କିଛି ର୍ଦୁବୃତ ଶୁକ୍ରବାର ଲୁଟ ଉଦ୍ୟମ କରିଥିବା ବେଳେ ବିଫଳ ହେବାରୁ ଗୁଳିମାଡ କରି ଫେରାର ହେବାରେ ସକ୍ଷମ ହୋଇଥିବା ଜଣାପଡିଛି । ବ୍ୟାଙ୍କ ପରିଚାଳକଙ୍କ ପେଟ ଓ ଜଙ୍ଘରେ ତିନୋଟି ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ବିଶେଷଜ୍ଞ ଡାକ୍ତର ନଥିବାରୁ ପରେ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ପୁଣି ସେଠାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ଘଟଣା ନେଇ ବଲାଙ୍ଗୀର ଏସ୍.ପି କେ.ଶିବା ସୁବ୍ରମଣୀ ଘଟଣା ସ୍ଥଳରେ (ବିଜେପୁର) ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ସୁଚନାରୁ ପ୍ରକାଶ ଯେ ଅପରାହ୍ନ ପ୍ରାୟ ଘ ୨.୩୦ ମିନିଟ ସମୟରେ ଦୁଇ ଜଣ ଯୁବକ ଗାଁ ମୁଣ୍ଡରେ ଥିବା ବ୍ୟାଙ୍କ ଭିତରକୁ ପଶି ମ୍ୟାନେଜର କୋଶଲ ଚନ୍ଦ୍ର ଦୋରାଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରି ଋଣ ସମ୍ବନ୍ଧରେ ପଚରାଉଚୁରା କରିବା ସହ ଆକାଉଣ୍ଟ୍ ଖୋଲିବା ନେଇ ପଚାରିବୁଝିଥିଲେ । ଏନେଇ ପରିଚାଳକ ଏକ ଫର୍ମ ବାହାର କରି ଯୁବକ ମାନଙ୍କୁ ଦେଉଥିବା ସମୟରେ ଦୁର୍ବୁତ ମାନେ ତାଙ୍କୁ ମାଡିବସିବା ଉଦ୍ୟମ କରିଥିବାରୁ ସେ ଚିତ୍କାର କରିବା ନେଇ ଷ୍ଟାଫ୍ ତଥା ଆଖପାଖରେ ଥିବା କିଛି ଗ୍ରାମ ବାସୀ ଧାଇଁ ଆସିଥିଲେ । ବେଲଗାଁ ୟୁଜିବି ଶାଖାରେ ଲିଙ୍କ ଫେଲ ଥିବା ନେଇ ବେଲଗାଁ ଶାଖା ପରିଚାଳକ ଏବଂ କ୍ୟାସିୟର ଉଭୟେ ବିଜେପୁର ଶାଖା ରେ ନିଜ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଥିଲେ । ତେବେ ଦୁଇ ଯୁବକ ଧରିଥିବା ଦୁଇଟି ପିସ୍ତଲ ରୁ ମ୍ୟାନେଜର ଙ୍କ ଉପରକୁ ଗୁଳି ବର୍ଷାଇ ଭୟଭିତ କରିବାକୁ ଚେଷ୍ଟା କରିଥିବା ବେଳେ ସ୍ଥାନୀୟ ଗାଁ ଲୋକଙ୍କ ଧାଇଁ ଆସିବାରୁ ସେମାନେ ଫେରାର ମାରିଥିବା ଆଲୋଚନା ହେଉଛି । ଅପରପକ୍ଷରେ ଜଣେ ଦୁର୍ବୁତ ବାହାରେ ଅପେକ୍ଷା ରହିଥିବା ବେଳେ ସେମାନେ ତିନିଜଣ ପଲସର ୧୬୦ ଏନ୍ ଏସ୍ ନୁଆ ମଡେଲ ଗାଡି ଯୋଗେ ଟିଟିଲାଗଡ ପଟକୁ ଚମ୍ପଟ ମାରିଥିବା ନେଇ ସ୍ଥାନୀୟ ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି ।ଦୁର୍ବୁତ ଧାଇଁ ପଲାଇବା ବେଳେ ସେମାନଙ୍କ ଏକ କଳା ମୁଖା ବ୍ୟାଙ୍କ ଭିତରେ ପଡିଥିବା ଦେଖାଦେଇଥିଲା । ଦୁର୍ବୁତ ମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରୁଥିବା ତଥା ନିଜକୁ ଟିଟିଲାଗଡ ସହରର ବୋଲି ପରିଚୟ ଦେଇଥିବା ଜଣାଯାଇଛି ।ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବଲାଙ୍ଗୀର ଜିଲ୍ଲା ତଥା ପଡୋଶୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାଗୁଡିକୁ ଖବର କରିବା ସହ ଦୁର୍ବୁତ ମାନଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ଯୋଜନା କରାଯାଇଥିବା ସୁଚନା ମିଳିଛି ।ଅପରପକ୍ଷରେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ କୌଣସି ବିଶେଷଜ୍ଞ ଡାକ୍ତର ନଥିବାରୁ ଗୁରୁତର ଅବସ୍ଥାରେ ଥିବା ପରିଚାଳକଙ୍କୁ କୌଣସି ଚିକିତ୍ସା ମିଳିନଥିବାରୁ ଏବଂ ଟିଟିଲାଗଡ ପୋଲିସ ବିଳମ୍ବ ରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଖୁବ ପାଟିତୁଣ୍ଡ କରିଥିଲେ ।
ଟିଟିଲାଗଡରୁ ଭିଷ୍ମସେନ୍ ମହାକୁର ଓ ସ୍ବତନ୍ତ୍ର ପ୍ରତିନିଧି
ରାମନାରାୟଣ ବାଗଙ୍କ ରିପୋର୍ଟ ଓଡିଆ ବାର୍ତ୍ତା odiabarta.in