କଳାହାଣ୍ଡି,୨୧/୧୨: କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଟଙ୍କା ହଡପ ଅଭିଯୋଗରେ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଗିରଫ ହୋଇଛନ୍ତି। ବ୍ୟାଙ୍କରେ କାର୍ଯ୍ୟରତ ଶାଖା ପରିଚାଳକ ପ୍ରବୀଣ ରଂଜନ ଠାକୁର ଓ କ୍ୟାସିୟର ଲଲିତ ଶବର ଦୁଇଜଣ ମିଶି ବ୍ୟାଙ୍କରୁ ୧ କୋଟି ୨୩ ଲକ୍ଷ ୩୦ ହଜାର ଟଙ୍କା ହଡପ କରିଥିବା ବେଳେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ଏହି ଟଙ୍କାକୁ ନିଜ ଆକାଉଣ୍ଟରୁ ୮ ଗୋଟି ଅନ୍ୟ ଆକାଉଣ୍ଟକୁ ୧୩ଟି ପର୍ଯ୍ୟାୟରେ ଟ୍ରାନ୍ସଫର କରିଥିଲେ। ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଅସୀମ ପାତ୍ର ଏନେଇ କୋକସରା ଥାନାରେ ବ୍ୟାଙ୍କ୍ ମ୍ୟାନେଜରଙ୍କ ନାମରେ ଏତଲା ଦେଇଥିଲେ। ଏତଲା ଦେବାପରେ ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟରକୁ ପୋଲିସ ଅଟକ ରଖି ତଦନ୍ତ ପରେ ଅଧିକ ସୁଧ ପାଇଁ ସଂପୃକ୍ତ ମ୍ୟାନେଜର ପ୍ରଲୋଭନରେ ପଡି ବ୍ୟାଙ୍କର ଟଙ୍କାକୁ ବିଭିନ୍ନ କମ୍ପାନୀ ଆକାଉଣ୍ଟକୁ ପଠାଇଥିବା ସ୍ବୀକାର କରିବାର ପ୍ରମାଣ ମିଳିବା ପରେ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ