ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ଧର୍ମଗଡ,୨୧/୧୨:

ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଧିରେ ଧିରେ ତିବ୍ରତର ହେବାରେ ଲାଗିଛି । ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଡାକରାରେ ବିଭିନ୍ନ ଅନୁଷ୍ଠାନ ଓ ଜନ ସାଧାରଣ ଏଥିରେ ସାମିଲ ହେଉଥିବା ଦେଖା ଯାଇଛି । ଆଜି କୋର୍ଟ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି ସହ ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ତୁଷାର ପଟ୍ଟଯୋଶୀ, ରବି ପଟ୍ଟଯୋଶୀ, ପୂର୍ବତନ ବିଧାୟକ ବୀର ସିପିକା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଳ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପଟ୍ଟଯୋଶୀ, ତୁଲେଶ୍ୱର ନାଏକ, ବଦ୍ରୀ ନାରାୟଣ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସରପଞ୍ଚ ଲଷ୍ମୀକାନ୍ତ ବାଗ, ଯୁବନେତା ଦିଗାମ୍ବର ଦୁରିଆ,ପୁରସ୍ତମ୍ଭ ଗୁପ୍ତା
ସମେତ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.