କର୍ଲାମୁଣ୍ଡା,୨୨/୧୨:
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ ଡୁଙ୍ଗୁରୀଗୁଡା ଠାରେ ଆଜି ଦ୍ବିତୀୟ ବର୍ଷ ବିଦୁଭୁଷଣ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଠିତ ହୋଇଯାଇଛି। ରାମ ମନ୍ଦିର ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ଖେଳ ପଡିଆକୁ ମଶାଲ ଆସିବାପରେ ଉଦଘାଟନୀ ସମାରୋହ ଆରମ୍ଭ ହୋଇଥିଲା । ଏହି କ୍ରିକେଟ ଟୁର୍ଣାମେଣ୍ଟ ର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀନିବାସ ମିଶ୍ର ମୁଖ୍ୟଅତିଥି ଯୋଗଦେଇ ଏହି କ୍ରିଡା ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ଗ୍ରାମାଞ୍ଚଳ କ୍ରିଡାର ଭିତ୍ତିଭୂମି ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀଯୁକ୍ତ ମିଶ୍ର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ପ୍ରଥମ ମ୍ୟାଚ ବଡ ଡୁଙ୍ଗୁରୀ ଗୁଡା ଓ ତେରେକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେରେକେଲା ଦଳ ୩୫ ରନରେ ବିଜୟୀ ହୋଇଥିଲେ। ଦ୍ବୀତୀୟ ମ୍ୟାଚ ଅବୁଝବାହାଲ ଓ ଗଜବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଗଜବାହାଲ ଦଳ ୫୭ ରନରେ ବିଜୟୀ ହୋଇଥିଲେ। ବିବେକାନନ୍ଦ ମିଶ୍ର, ସୁବ୍ରତ ନାଗ, ନିଲାମ୍ବର ଭୋଇ, ନରୋତ୍ତମ ସା ଖେଳ ପରିଚାଳନା କରିଥିବାବେଳେ ଦେବାଶିଷ ବେହେରା ଓ ସଚିକାନ୍ତ ମିଶ୍ର ଧାରା ବିବରଣୀ ଦେଇଥିଲେ।ପ୍ରଶନ୍ନ ମଟାଲି, ସୁଧିରମିଶ୍ର, ତପନ ପୁଟେଲ, ପିତାମ୍ବର ମଟାଲି, ସୌମ୍ୟରଂଜନ ଗହିର ପ୍ରମୁଖ ସହଯୋଗ କରିଥିଲେ।
Report by Nabin Kishor Sahu, Reporter Karlamunda odiabarta.in