ଆଜି ଓ କାଲି ଦୁଇଦିନ ଧରି ବନ୍ଦ ରହିବ ବଲାଙ୍ଗିର ସହରର ସମସ୍ତ କାର୍ଯ୍ୟାଳୟ

ପୁଣି ବନ୍ଦ ଡାକରା ଦେଲା ବଲାଙ୍ଗିର ୟୁଥ ଏକ୍ସନ କମିଟି

ବଲାଙ୍ଗିର,୧୯/୨ : ତିନି ଦଫା ଦାବୀ ନେଇ ଦୀର୍ଘ ଦିନ ହେଲା ପ୍ରତ୍ୟକ ମାସର ତୃତୀୟ ବୁଧବାର ଏବଂ ଗୁରୁବାର ଦୁଇଦିନ ଧରି ଅଫିସ ବନ୍ଦ ଡାକରା ଦେଇ ଆସୁଛି ବଲାଗିଂର ଏକ୍ସନ କମିଟୀ । ତେଣୁ ଆଜି (ବୁଧବାର) ଓ କାଲି (ଗୁରୁବାର) ଦୁଇ ଦିନ ଧରି ଜିଲ୍ଲାର ଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରକଂ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ଏବଂ କର୍ପୋରେଟ ହାଉସ ବନ୍ଦ ରଖିବା ପାଇଁ ଆହ୍ୱାନ ଦେଇଛି ଏକ୍ସନ କମିଟି । ଆଇନ କଲେଜ ପରିସରରେ ଥିବା ବାର ହଲ ଠାରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏକ୍ସନ କମିଟୀର ଏହି ବନ୍ଦ ଡାକରାକୁ ଜିଲ୍ଲା ଓକିଲ ସଂଘ, ନାଗରିକ କମିଟୀ, ସିଭିଲ ସୋସାଇଟି ଭଲି ଅନେକ ସଂଗଠନର କର୍ମକର୍ତ୍ତା ସମର୍ଥନ ଦେଇଛନ୍ତି । ତିନି ଦଫା ଦାବୀ ଗୁଡିକ ହେଉଛି, ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପୁନଃସ୍ଥାପନ, ଶୀଘ୍ର ବାଇପାସ ରାସ୍ତା ନିର୍ମାଣ ଏବଂ ଅତିଶୀଘ୍ର ବନ୍ଦ ଥିବା ଲୋୟର ସୁକତେଲ ପ୍ରକଳ୍ପର କାମ ଆରମ୍ଭ କରିବା ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.