ମାଁ ହୀରାନୀଳା ଡିଗ୍ରି ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’


କଲେଜର ପାରିପାର୍ଶ୍ବିକ ଉନ୍ନତି ପାଇଁ ସହଯୋଗର ହାତ ବଢାଇଲେ ପୂର୍ବ ଛାତ୍ର

ଲାଞ୍ଜିଗଡ଼,୨୬/୨ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ହୀରାନୀଳା ଡିଗ୍ରି ମହାବିଦ୍ୟାଳୟ ପରିଷରରେ ‘ମୋ କଲେଜ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ଛାତ୍ର ଓ ଶିକ୍ଷାପ୍ରେମୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ପୁରାତନ ଛାତ୍ରମାନଙ୍କୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ, ଅଧ୍ୟାପକ ଅରୁଣ ଚନ୍ଦନ ଓ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ଅବଗତ କରାଇଥିଲେ ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ଏହି ମହାବିଦ୍ୟାଳୟ ଅତିତରେ ଅନେକ ସୁଯୋଗ୍ୟ ଛାତ୍ର ନିର୍ମାଣ କରିଛି । ଯେଉଁ ମାନେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ସେମାନଙ୍କ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେଣୁ କଲେଜର ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ ସେମାନେ ସହଯୋଗର ରାଶି ଦେବାକୁ ନିଜେ ନିଜେ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ଅଧ୍ୟାପିକା କନକ ବେହେରା, ଅଧ୍ୟାପିକା ଚିନ୍ମୟୀ ସାହୁ, ବଟନୀ ଜୟଶ୍ରୀ ବେହେରା, ସୁବାସ ହିଆଲ, ଡି. ବିଜୟ କୁମାର, ତପଶ୍ୱନୀ ବାହୁକ, ନିଳାନ୍ଦ୍ରୀ ସତପତି, ଧବଳେଶ୍ବର ଠେଲା, ଜି. ଶ୍ରୀନିବାସ ଦାସ, ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ସାମ୍ବାଦିକ ନିଲେସ ନାଗ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ଅରୁଣ ଚନ୍ଦନ ଓ ଅଧ୍ୟାପିକା
ତପସ୍ୱିନୀ ବାହୁକ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଦେଇଥିଲେ । କଲେଜର ପୁରାତନ ଛାତ୍ର ହେମସାଗର ପ୍ରଧାନ, ଖୀରସିନ୍ଧୁ ସାହୁ, ଅକ୍ଷୟ ନାଏକ, ଶୁସାନ୍ତ ସାହୁ, ସନ୍ତୋଷ ପାଳ, ଗୋବିନ୍ଦ ମାଝୀ, ରଞ୍ଜନ ଘଡେ଼ଇ, ଗୋବିନ୍ଦ ଦେହେରା,ସନ୍ତୋଷ ସାହୁଙ୍କ ସମେତ କଲେଜର ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶ କାର୍ଯ୍ୟକ୍ରମରେ ଗ୍ରହଣ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ