ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟନୀ ଉତ୍ସବ :
ମୂଖ୍ୟ ଅତିଥି କଂଗ୍ରେସ ନେତା ବିକାଶ ପାଣିଗ୍ରାହୀ ଓ ଅତିଥି ଭାବେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ
ଟିଟିଲାଗଡ,୨୩/୧୨:
ବିଜେପୁର ଖେଳ ପଡିଆ ଠାରେ ରବିବାର ଦିନ ୩୭ତମ ଜୟ ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ର ଉଦଘାଟନୀ କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଯୁବ ନେତା ଶ୍ରୀଯୁକ୍ତ ବିକାଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ଗତିକୃଷ୍ଣ ବଗର୍ତ୍ତୀ, ଆଇନଜୀବି ଉମେଶ ପଣ୍ଡା, ବିଜେଡି ନେତା ବିରଞ୍ଚି ବେହେରା ପ୍ରମୁଖ ଯୋଗଦେଇଥିଲେ । ଜୟ ଜଗନ୍ନାଥ ଫୁଟବଲ କମିଟି ର ସଭାପତି ବୈଲୁଚନ ମାଝୀ ସଭାପତିତ୍ବ କରିଥିବା ବେଳେ ସରତ କୁମାର ବଗର୍ତ୍ତୀ ଓ ସନତ କୁମାର ବଗର୍ତ୍ତୀ ଭ୍ରାତୃଦ୍ଵୟ ଧାରାବିବରଣୀ ପ୍ରଦାନ କରିଥିଲେ । ଜଗତର ନାଥ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ପୁଷ୍ପମାଳା ଅର୍ପଣ କରିବା ପରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରିଥିଲେ ।
ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସ୍ବର୍ଗତ ଦେବେନ୍ଦ୍ର ବଗର୍ତ୍ତିଙ୍କ ସ୍ମୃତିରେ ଶାନ୍ତି ପ୍ରାଥନା
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ଅଭିଭାଷଣ ଦେବା ସମୟରେ କମିଟି ର ଜଣେ ବଳିଷ୍ଠ ବ୍ୟକ୍ତିତ୍ବ ଙ୍କୁ ମନେ ପକାଇବାରୁ ସମସ୍ତେ ମିଶି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ୰ଶ୍ରୀଯୁକ୍ତ ଦେବେନ୍ଦ୍ର ବଗର୍ତ୍ତୀ ଙ୍କ ସ୍ମୃତିରେ ଶାନ୍ତି ପ୍ରାର୍ଥନା କରିଥିଲେ । ମୁଖ୍ୟ ଅତିଥି ଫିତା କାଟି ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହ ସମସ୍ତ ଫୁଟବଲ ଖେଳାଳି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।
ବୋର୍ଡ଼ା ଓ ଚିଚର୍ଲା ମଧ୍ୟରେ ଉଦଘାଟନୀ ମ୍ୟାଚ : ୦-୧ ଗୋଲରେ ବୋର୍ଡ଼ା ବିଜୟୀ
ଏହି ପ୍ରତିଯୋଗିତାରେ ମୋଟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ବୋର୍ଡା ଓ ଚିଚର୍ଲା ମଧ୍ୟରେ କଡା ଲଢେଇ ଦେଖିବାକୁ ମିଳିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ବୋର୍ଡ଼ା ଦଳ ୦-୧ ଗୋଲ୍ ରେ ବିଜୟୀ ହୋଇଥିଲା । ଗୋଲ ଜର୍ଜ ଖିରସିନ୍ଦୁ ବଗର୍ତ୍ତୀ ଓ ରମେଶ ପଣ୍ଡା ରହିଥିବା ବେଳେ ଗଣେଶ୍ବର ଭୋଇ ରେଫରି ଏବଂ ଲାଇନ୍ସ ମ୍ୟାନ୍ ଭାବେ ସୁବାଷ ବଗର୍ତ୍ତୀ ଓ ରାଧାକାନ୍ତ ବଗର୍ତ୍ତୀ ରହିଥିଲେ ।
ଶେଷରେ ଜୟ ଜଗନ୍ନାଥ ଫୁଟବଲ କମିଟି ର ପୂର୍ବତନ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗିତା ର ଆନନ୍ଦ ନେବାପାଇଁ ଦର୍ଶକମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube