୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା 

ବ୍ରତୋପନୟନ ଓ ବିବାହ ନିଶୁଳ୍କ ଭାବରେ କରାଯିବ – ଗାୟତ୍ରୀ ପରିବାର 

ବୀରମହାରାଜପୁର,୩/୩ ( ବିନୋଦ ପାଣ୍ଡେ ) : ସୁୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ହେବାକୁଥିବା ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା ହୋଇଯାଇଛି । ଏଥି ସକାଶେ ସ୍ଥାନୀୟ ଚମ୍ପାମାଳ ଚମ୍ପେଶ୍ଵର ପୋଖରୀ ଠାରୁ ଜଗନ୍ନାଥ ମନ୍ଦିର ପରିସରରେ ଠାରେ ଥିବା ଯଜ୍ଞ ମଣ୍ଡପ ଯାଏ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିବା ବେଳେ ଘଣ୍ଟ ବାଦ୍ଯ, ସଂକୀର୍ତ୍ତନ ଓ ଶଙ୍ଖ ବାଦ୍ଯ ପରିବେଷିତ ହୋଇଥିଲା । ଏଠାରେ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର କାର୍ଯକ୍ରମ ସାଙ୍ଗକୁ ପ୍ରତେକ ଦିବସର ଯୁଗ ସଙ୍ଗୀତ, ପ୍ରବଚନ, ସାମୂହିକ ଜପ,ଦେବ ପୂଜନ, ଧ୍ୟାନ, ଯୋଗ,ବ୍ୟାୟାମ, ପାରିବାରିକ ଗୋଷ୍ଠୀ, ଦୀପଯଜ୍ଞ ଅନୁଷ୍ଠିତ ହେବ ବୋଲି ବୀରମହାରାଜପୁର ଗାୟତ୍ରୀ ପରିବାର ପକ୍ଷରୁ ସୂଚନା ମିଳିଛି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.