ଜାତୀୟ ନିରାପତ୍ତା ଦିବସ ପାଳିତ 

ବୀରମହାରାଜପୁର,୫/୩ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା ଜିଲ୍ଲାର ପଣ୍ଡାପାଲି ପ୍ରଥମିକ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁବାସ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସ୍କୁଲ ଶିକ୍ଷା କମିଟିର ସଭାନେତ୍ରୀ ସନ୍ତୋଷିନି ରାଜହଂସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଭ୍ୟା ପ୍ରମିଳା ରାଜହଂସ, ଭୂମି କ୍ଷେତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ନେଇ କୁଇଜ୍ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ର ମାନସ ରାଜହଂସ ଓ ଛାତ୍ରୀ କାଜଲ ରାଜହଂସ କୁ ପୁରସ୍କୃତ କରାଯାଇଥିଲା ।

ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ । ଶେଷରେ ସରକାରୀ ଶିକ୍ଷକ ମେଘନାଦ ଭୋଇ ଜାତୀୟ ନିରାପତ୍ତା ଦିବସର କିଭଳି ସଚେତନତା ରହିବେ ସେହି ଉପରେ ଆଲୋକପାତ କରିଥିଲେ ।

ସେହିପରି ଭାବେ ବୀରମହାରାଜପୁର ବ୍ଲକ ର ସମସ୍ତ ବିଦ୍ୟାଳୟ ଚକାବର, ଆମରପାଲି, ସଂଗ୍ରାମପୁର ଓ ଜଟେସିଂହା ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.