ଟ୍ରାକ୍ଟର ଓଲଟି ୨ ମୃତ

ଉଲୁଣ୍ଡା/ବୀରମହାରାଜପୁର,୫/୩ : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଂଚାୟତର ଜନକପୁର-ବଡ କିରାଶିରା ରାସ୍ତାର ରେଙ୍ଗାଲି ନାଳରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାଳି ଅନଲୋଡ଼ କରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ନାଳ ତଳକୁ ଖସିପଡିଛି । ଫଳରେ ଡ୍ରାଇଭର ବଳରାମ ଖଡିଆ ଓ ହେଲପର ଲକ୍ଷ୍ମୀକାନ୍ତ ପଧାନ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ୨ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟପଟେ ପୋଲିସର ତଦନ୍ତ ଜାରି ରହିଛି ।

ଉଲୁଣ୍ଡା ପ୍ରତିନିଧି ସୁଶାନ୍ତ କର୍ଣ୍ଣ ଓ ବୀରମହାରାଜପୁର ପ୍ରତିନିଧି ବିନୋଦ ପାଣ୍ଡେଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.