ଫଗୁଣରେ ପାଣିପାଗର ଅଜବ ପାଗଳାମି

ଝଡ ତୋଫାନ ଓ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଉଲୁଣ୍ଡା,୭/୩ : ଧୀରେ ଧୀରେ ଧରାପୃଷ୍ଠକୁ ଗ୍ରୀଷ୍ମ ପ୍ରବେଶ କରୁଥିବାବେଳେ ଏବେ କିନ୍ତୁ ଅଂଚଳରେ ପାଣିପାଗର ଅଜବ ପରିବର୍ତନ ଦେଖାଦେଇଛି । କେତେବେଳେ ଖରା, କେତେ ଶିତ ତ ପୁଣି କେତେବେଳେ ହଠାତ ଘଡଘଡି ସହ ଅଦିନିଆ ବର୍ଷ ।ସତେ ଯେପରି ଫଗୁଣରେ ଛାଇ ଆଲୁଆର ଲୁଚକାଳି ଖେଳ ଖେଳୁଛି ପ୍ରକୃତି ।

ଏହିଭଳି ତିନି ଦିନ ହେଲା ଉଲୁଣ୍ଡା ଅଂଚଳରେ ପ୍ରକୃତି ର ପାଗଳାମି ଯୋଗୁଁ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଫୁଲକୋବି,ବନ୍ଧାକୋବି, ଟମାଟୋ, ପିଆଜ, ଭେଣ୍ଡି, ତରଭୁଜ ଆଦି ପନିପରିବା ଫସଲ ଅଦିନିଆ ବର୍ଷ ଓ କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବ୍ଲକର ଜମୁଗାଁ, ଜାଏଲୋ, ଅନନ୍ତପାଲି, କେସଲପୁରା ଆଦି ଗ୍ରାମର ଚାଷୀ ଅକ୍ଲାନ୍ତ ପରିଶ୍ରମରେ ତରଭୁଜ ଚାଷ ସହ ପନିପରିବା ଚାଷ କରିଥିବାବେଳେ ଏ ଅଦିନିଆ ଝଡବର୍ଷା ଚାଷୀଙ୍କ ସ୍ୱପ୍ନକୁ ଛାଡେଇ ନେଇଛି । ଏଥିପାଇଁ ପ୍ରଶାସନ ତରଫରୁ ଚାଷୀଙ୍କ ଫସଲ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି ।

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣଙ୍କ ରିପୋର୍ଟ‌ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.