ଜିଲ୍ଳା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ – ୨୦୨୦ ପାଳିତ


୨୫୮୦ଜଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତାରେ ୪କୋଟି ୪୭ଲକ୍ଷ ୬୭ହଜାର ପ୍ରଦାନ

ରାୟଗଡ,୭/୩: ଓଡିଶାର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟସ୍ତରରେ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି ଓ ଏହାର ସଂଚାଳନ ନିମନ୍ତେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକି କଲ୍ୟାଣ
ବୋର୍ଡ ସ୍ଥାପନା କରାଯାଇଛି । ଏହି କଲ୍ୟାଣ ବୋର୍ଡ ଅଧୀନରେ ପଂଜୀକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ
କରାଯାଉଅଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ପରିସରରେ ଜିଲ୍ଳା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫରୁ ଚଳିତ ବର୍ଷର ଜିଲ୍ଳାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶିକ୍ଷାବୃତ୍ତି,ବିବାହ,ପ୍ରସୂତି,ମୃତ୍ୟୁକାଳୀନ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦକୁ ଜିଲ୍ଲାର ୨୫୮୦ଜଣ ପଂଜୀକୃତ ନିର୍ମାଣ ଶ୍ରମିକଙ୍କୁ ୪କାେଟି ୪୭ଲକ୍ଷ ୬୭ ହଜାର ଟଙ୍କା ଅାର୍ଥିକ ସହାୟତା ଚେକ ଆକାରର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । 

(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ମିଳୁଥିବା ସହାୟତା ପାଇବା ପାଇଁ ଶ୍ରମିକମାନେ ନିଜ ନାମ ପଂଜୀକୃତ କରି ଏଥିରେ ଉପକୃତ ହେବା ପାଇଁ ଅତିଥିମାନେ ମତପୋଷଣ କରିଥିଲେ । ବର୍ତମାନ ଜିଲ୍ଲାରେ ୬୧ ହଜାର ୨୮୪ଜଣ ଶ୍ରମିକ ପଂଜୀକୃତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ପ୍ରଭାଗୀୟ ଶ୍ରମ ଅାୟୁକ୍ତ ପ୍ରଶାନ୍ତ ତ୍ରୀପାଠି ପ୍ରମୁଖ ଉପସ୍ଥିତ ରହିଥଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ