ଝାରସୁଗୁଡ଼ା,୨୪/୧୨: ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ପରିସରରେ ଥିବା ଏକ କାରରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୁରେଶ ଚନ୍ଦ୍ର ସାଗର ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ୩ଲକ୍ଷ ଟଙ୍କାର ଚେକ ଭଙ୍ଗାଇଥିଲେ। ସେହି ଟଙ୍କାକୁ କାରରେ ରଖି ଲକ କରିଥିଲେ। କାରରୁ ଓହ୍ଲାଇ କୌଣସି କାମରେ ଟିକିଏ ଦୂରକୁ ଯାଇଛନ୍ତି କି ନାହିଁ, ଏକ ପଲସର ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି କାରର କାଚ ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତ ମାନେ ପିସ୍ତଲରେ କାରର କାଚ ଭାଙ୍ଗି ଟଙ୍କା ନେଇଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube
http://youtube.com/channel/UCdoWrXFOsGOd7dzWwMFwFrQ