ଗୁଣପୁର ମାଟିର କଳା ସଂସ୍କୃତି ଅନନ୍ୟ (Visual News)

ଗୁଣପୁର ଠାରେ ୩୯ତମ ମହାଲକ୍ଷ୍ମୀ ପୂଜା ଉଦଯାପିତ

କଳାହାଣ୍ଡି,୨୪/୧୨:
ଭାରତୀୟ ସଂସ୍କୃତିରେ ମହାଲକ୍ଷ୍ମୀ ଧନଦାତ୍ରୀ ଦେବୀ ଭାବେ ଶ୍ରେଷ୍ଠ ଆସନରେ ଉପବେଶନ କରିଛନ୍ତି । ମା’ ମହାଲକ୍ଷ୍ମୀ ଐଶ୍ବର୍ଯ୍ୟ, ସମୃଦ୍ଧି ଓ ଉନ୍ନତିର ପ୍ରତୀକ । ସେହିକ୍ରମରେ କଳା ସଂସ୍କୃତି, ଐତିହ୍ୟ ପରମ୍ପରାର ମାଟି ଗୁଣପୁରରେ ଦିର୍ଘ ୩୯ବର୍ଷ ଧରି ମହାଲକ୍ଷ୍ମୀଙ୍କ ପୂଜାନୋତ୍ସବ ଅନୁଷ୍ଠିତ ହୋଇ ଆସୁଥିବାରୁ ପୂଜା କମିଟି କର୍ମକର୍ତା ଓ ଗ୍ରାମବାସୀଙ୍କୁ ସାଧୁବାଦ ପ୍ରଦାନ କରିଥିଲେ ଲକ୍ଷ୍ମୀପୂଜା ଉଦଜାପନୀ ସଦ୍ଧ୍ୟାର ଅତିଥି ମାନେ ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗୁଣପୁର ଠାରେ
ପାଞ୍ଚ ଦିନ ଧରି ମହା ସମାରୋହରେ ଅାୟୋଜିତ ହୋଇଥିବା ୩୯ତମ ମହାଲକ୍ଷ୍ମୀ ପୂଜା ଉଦ୍ଜାପିତ ହୋଇଯାଇଛି । ଅନ୍ନଦାତ୍ରୀ ମହାଲକ୍ଷ୍ମୀ ପୂଜା, ପୁରାଣ ପାଠ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁର ଆୟୋଜନ କରା ଯାଇଥିଲା ।

ଉଦଜାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସମ୍ମାନୀତ ଅତିଥି ଭାବେ ଓଡିଆ ବାର୍ତ୍ତା ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ପୂର୍ବତନ ସରପଞ୍ଚ କୈଳାଶ ମାଝୀ ପ୍ରମୂଖ ଯୋଗଦେଇଥିଲେ । ଏହି ଅବସରରେ ସାମ୍ବାଦିକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କୁ ସମ୍ବର୍ଧିତ କରାଯାଇଥିଲା । ଶିକ୍ଷାବିତ କ୍ଷୀତିସ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଂପାଦକ ଡିଙ୍ଗର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବଲାଙ୍ଗିର ସାଲେଭଟାର ଫୁଲ ଗଜରା ମହିଳା ଦଣ୍ଡ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ମ ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ମଞ୍ଚ ଉଦଘାଟନ କରିବା ପ୍ରଦର୍ଶନୀ ନୃତ୍ୟର କୁନୀ ପ୍ରତିଭା ମାନଙ୍କୁ ସମ୍ବର୍ଧିତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଗୁଣପୁର ମାଟିକୁ ପ୍ରଶଂସା କରିବାସହ ମହାଲକ୍ଷ୍ମୀ ପୂଜାର ମହତ୍ବ ସଂପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ରଜନୀରେ କେଦାର ନାଥ ରଣା, ବାବୁଲି ମଣ୍ଡଳ, ରିନା ଭୋଇ, ସୁବୋଧ ରଣା, ରୀନା ଭୋଇ, ମନୋଜ କୁମାର ପଟ୍ଟନାୟକ ପ୍ରମୂଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ପୂଜା କମିଟି ତଥା ଗ୍ରାମବାସୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ମଞ୍ଚ ପରିଚାଳକ ଯାଜ୍ଞସେନ ପଧାନ, ନାଟ୍ୟଗୁରୁ ମନୋଜ କୁମାର ମାଝୀ,କଳାକାର ଶରତ ଭୋଇ ଙ୍କ ସମେତ ଗ୍ରାମର ଅନେକ  କଳାକାରଙ୍କୁ ସମ୍ବର୍ଧିତ କରାଯାଇଥିଲା ।

ପ୍ରତିଟି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇଉଠିଥିଲା । ଡ୍ୟାନସ୍ ଧମାକା ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିବାରେ ସକ୍ଷମ ହୋଇଥିଲା । ମାଁ ମହାଲକ୍ଷ୍ମୀ ପୂଜା କମିଟି ଗୁଣପୁରର ସଭାପତି ଗଣେଶ ମୁଣ୍ଡା, ସମ୍ପାଦକ ଡିଙ୍ଗର ମୁଣ୍ଡା, ଅଜିତ ସାହୁ,ଡିଙ୍ଗର ମାଝୀ, ପବିତ୍ର ମାଝୀ, ରଞ୍ଜିତ ସାହୁ ପ୍ରମୂଖଙ୍କ ସହ ଗ୍ରାମବାସୀ ମାନେ ପ୍ରତିଟି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.