ନର୍ଲା କେନ୍ଦୁପତ୍ର ରେଞ୍ଜ ଅଫିସ ଘେରାଉ, ଗଣଧାରଣା ଓ ଦାବି ପତ୍ର ପ୍ରଦାନ

ନର୍ଲା,୧୧/୩ : ବିଭିନ୍ନ ଦାବି ନେଇ ଆଜି (ବୁଧବାର) ନର୍ଲା କେନ୍ଦୁପତ୍ର ରେଞ୍ଜ ଅଫିସ ଘେରାଉ ହୋଇଛି । ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘଙ୍କ ଆହ୍ବାନ କ୍ରମେ ନର୍ଲା କେନ୍ଦୁପତ୍ର ରେଞ୍ଜ ର ସମସ୍ତ ୪୨ଟି ଫଡିର ଚେକର, ସର୍କଲ ଚେକର, ମୁନ୍ସୀ ଚପରାସୀଙ୍କ ଉପସ୍ଥିତିରେ ଏହି ଘେରାଉ କରାଯାଇଥିଲା । ସଂଘର କାର୍ଯ୍ୟକତ୍ତା ଓ ସଦସ୍ୟମାନେ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଖଣ୍ଡିୟ ବନାଧିକାରୀ ଭବାନୀପାଟଣା କେନ୍ଦୁପତ୍ର ବନଖଣ୍ଡଙ୍କ ଅନୁପସ୍ଥିତିରେ ଫରେଷ୍ଟର ଶୁଭେନ୍ଦୁ ବିଶିଙ୍କ ଜରିଆରେ ୭ ଦଫା ଦାବୀ ପତ୍ର ମୂଖ୍ୟ ବନ ସଂରକ୍ଷକ କେନ୍ଦୁପତ୍ର ଭୂବନେଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।


ସେକ୍ସସନ ୱାଚର ମାନଙ୍କୁ ଉଚ୍ଛେଦ କରା ନଯାଉ । ଉଚ୍ଛେଦ ଚପରାସୀ ମାନଙ୍କୁ ପୁନଃ ନିଯୁକ୍ତି ଓ ଗୋଛା କଟେଇ ଠାରୁ ଖର୍ଦି ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଉ। ସପ୍ତମ କମିସନ୍ ହାରରେ ଶ୍ରେଣୀ ଅନୁସାରେ ଦରମା ପ୍ରଦାନ କରାଯାଉ। ପଡି,ସେକ୍ସସନ ଓ ରେଞ୍ଜକୁ ଉଚ୍ଛେଦ ନକରି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉ। ସମସ୍ତ କାର୍ଯ୍ଯରତ କର୍ମଚାରୀଙ୍କ ଇ.ପି.ଏଫ୍. ପେନସନ ଲାଗୁ କରାଯାଉ। କେନ୍ଦୁପତ୍ର କାରବାରରେ ଜି.ଏସ୍.ଟି ଉଛେଦ କରାଯାଉ । ସର୍କଲ ଚେକର ଓ ବନ୍ଧେଇ ଚେକରଙ୍କୁ ୧୨ ମାସ କାମ ଦେଇ ନିୟୋଜିତ କରାଯାଉ। ଦାବି ପତ୍ରରେ ଏପରି ବିଭିନ୍ନ ଦାବି ରହିଛି ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ Odiabarta.in

___________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.