ଫଗୁଣରେ ହରି ନାମ : ଭକ୍ତିମୟୀ ପରିବେଶରେ ଷୋହଳ ପ୍ରହର ନାମଯଜ୍ଞ 

କଳାହାଣ୍ଡି,୧୧/୩(ହେମନ୍ତ ସାହୁ): ମ.ରାମପୁର ରାଧାକୃଷ୍ଣ ମନ୍ଦିର ତରଫରୁ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଅବସରରେ ଷୋହଳ ପ୍ରହର ନାମଯଜ୍ଞ ମହାସମାରୋହରେ ସମାପନ ହେଇଯାଇଛି । ପ୍ରଥମରେ କଳସଯାତ୍ରା ଓ ଅଧିବାସ ପରେ ପରେ ନାମ ଯଜ୍ଞ ଆରମ୍ଭ ହେଇଥିବାନବେଳେ ଏଥିରେ ରାମେଶ୍ୱର ମାଝୀ ସପତ୍ନୀକ କର୍ତ୍ତା ଓ ମୁଖ୍ୟ ପୂଜକ ଭାବରେ ତ୍ରିଲୋଚନ ଦାଶ ଦାଇତ୍ବ ନିର୍ବାହ କରିଥିଲେ । ପ୍ରଶାନ୍ତ ସାମନ୍ତରା, କୃଷ୍ଣଚନ୍ଦ୍ର ସାହୁ, ଗୋକୁଳ ଭୋଇ, ପ୍ରକାଶ ଚନ୍ଦ୍ର ସାହୁ,ସୋମନାଥ ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂଜା ମୁଖ୍ୟ ଶିବରାମ ସାହୁ, ଆନନ୍ଦ ବଜାର ଦାୟି୍‌ତ୍ୱ ଲଳିତ କୁମାର ମହାଲିକ,ବଶିବରାମ ନାହାକ, ରାଧାକାନ୍ତ ବଗର୍ତ୍ତୀ,ନୃସିଂହ ଚରଣ ଭୋଇ,ସଂକୀର୍ତ୍ତନ ପରିଚାଳନା ସୁନ୍ଦର ସିଂ ପୋଢ, ଅନାଦି ଭୋଇ, ପ୍ରକାଶ ଚନ୍ଦ୍ର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ ।

ଷୋହଳ ପ୍ରହର ସମୟରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ନର୍ଲା ବିଧାୟକ ଭୂପିନ୍ଦର ସିଂ ଆସି ରାଧାକୃଷ୍ଣଙ୍କ ଦର୍ଶନ ପୂର୍ବକ ନାମଯଜ୍ଞରେ ନିଜକୁ ସାମିଲ କରାଇଥିଲେ । ପ୍ରଭୂ ଶ୍ରୀରାମଙ୍କ ବିଗ୍ରହ ମଧ୍ୟ ଶ୍ରୀରାମମନ୍ଦିରରୁ ବିମାନରେ ଆସି ନାମଯଜ୍ଞରେ ପରିକ୍ରମା କରିଥିଲା । ଜଗନ୍ନାଥ ମନ୍ଦିରରୁ ପୂଜକ ଅଶୋକ କୁମାର ତ୍ରିପାଠୀ ମଧ୍ୟ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଧାକୃଷ୍ଣଙ୍କ ବିମାନ ଗ୍ରାମ ପରିକ୍ରମା ସହିତ ଉଦଯାପନୀ ଦିବସରେ ରଙ୍ଗଖେଳ ସହ ପ୍ରହର ଉଦଯାପିତ ହେଇଥିଲା । ଏହି ପ୍ରହରରେ କଳାହାଣ୍ଡି,ବଲାଙ୍ଗୀର, ସୋନପୁର ଜିଲ୍ଲାରୁ ପନ୍ଦରଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇଥିଲେ । ଠିକ ସେହିପରି ନୁନପୁର ଗ୍ରାମ ପଂଚାୟତର ମାଣିଙ୍ଗନୀଳାଠାରେ ମଧ୍ୟ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ସହଯୋଗ କରିଥିଲେ ।

___________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.