କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

କଳାହାଣ୍ଡି,୧୧/୩(ହେମନ୍ତ ସାହୁ): ଓଡ଼ିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର କାଯ୍ୟବନ୍ଦ ଆନ୍ଦୋଳନ ଆଜି ମ.ରାମପୁର କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟରେ ଆରମ୍ଭ ହେଇଛି । ଏହି ସଂଘ ନିଜର ବିଭିନ୍ନ ଦାବୀକୁନେଇ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରଖିବ ଏବଂ ଯେଉଁସବୁ ଦାବୀ ରଖିଛି ,ସେଗୁଡ଼ିକ ହେଲା ସେକ୍ସନ ୱାଚରମାନଙ୍କୁ ଉଚ୍ଛେଦ୍ଦ କରାନଯାଉ, ଉଚ୍ଛେଦ୍ଦ ଚପରାସୀମାନଙ୍କୁ ପୁନଃ ନିଯୁକ୍ତି ଓ ଗୋଚ୍ଛା କଟେଇ ଠାରୁ ଖର୍ଦ୍ଦି ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଉ ।

ସପ୍ତମ ବେତନ କମିଶନ ହାରରେ ଶ୍ରେଣୀ ଅନୁସାରେ ଦରମା ପ୍ରଦାନ କରାଯାଉ । ପଡ଼ି,ସେକ୍ସନ ଓ ରେଂଜ ଉଚ୍ଛେଦ ନକରି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉ । ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କ ଇପିଏଫ, ପେନସନ ଲାଗୁ କରାଯିବା ସହିତ କେନ୍ଦୁପତ୍ର କାରବାରରେ ଜିଏସଟି ଉଚ୍ଛେଦ, ସର୍କଲ ଚେକର ଓ ବନ୍ଧେଇ ଚେକରଙ୍କୁ ‌୧୨ ମାସ କାମଦେଇ ନିୟୋଜିତ କରାଯାଉ ବୋଲି ସାତ ଦଫା ଦାବୀ ସମ୍ବଳିତ ପତ୍ର ମୁଖ୍ୟ ବନସଂରକ୍ଷକ କେନ୍ଦୁପତ୍ର,ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନକୁ କେନ୍ଦୁପତ୍ର କର୍ମଚାରୀ ସଂଘର ସଦସ୍ୟମାନେ ସଫଳ କରାଇଥିଲେ ।

___________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.