ବିଦୁଭୁଷଣ ମେମୋରିଆଲ କ୍ରିକେଟର ଟୁର୍ଣାମେଣ୍ଟ ତୃତୀୟ ଦିବସ

କର୍ଲାମୁଣ୍ଡା,୨୪/୧୨:

କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ବଡ ଡୁଙ୍ଗୁରିଗୁଡା ଗ୍ରାମ ଠାରେ “ଶ୍ରୀରାମ କ୍ରିକେଟ୍ କ୍ଲବ” ଦ୍ଵାରା ଆୟୋଜିତ ବିଦୁଭୁଷଣ ମେମୋରୀ ଅଲ କ୍ରିକେଟ୍ ଟୁର୍ଣାମେଣ୍ଟ ର ତୃତୀୟ ଦିବସରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ସାନ ଡୁଙ୍ଗୁରିଗୁଡା ଓ ବାଞ୍ଜିପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ସାନଡୁଙ୍ଗୁରି ଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ଉଇକେଟ୍ ହରାଇ ୧୧୯ ରନ୍ କରିଥିଲେ । ସାନ ଡୁଙ୍ଗୁରି ଗୁଡା ତରଫରୁ ରାଜୁ ସର୍ବାଧିକ 30 ରନ କରିଥିଲେଓ ରାଜକୁମାର ୩ ଉଇକେଟ ନେଇଥିଲେ। ଜବାବ୍ ରେ ବାଞ୍ଜିପଦର ଦଳ ୧୦ଓଭର ରେ ୫ ଉଇକେଟ୍ ହରାଇ ୪୮ରନ କରିଥିଲେ। ବିଜୟୀ ଦ୍ଵିତୀୟ ମ୍ୟାଚ୍ ଏସଆରସିସି ବଡ ଡୁଙ୍ଗୁରିଗୁଡା ଓ ତେରେସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ତେରେସିଂହା ପ୍ରଥମେ ବ୍ୟାଟିଂ କରି ୧୦ଓଭର ରେ ୫୭ ରନ୍ କରିଥିଲେ । ଜବାବରେ ଏସଆରସିସି ବଡଡୁଙ୍ଗୁରିଗୁଡା ୧୦ ଓଭର ରେ ୮ ଉଇକେଟହରାଇ ୫୨ ରନ୍ କରିଥିଲେ । ତେରେସିଂହା ଦଳ ୭ରନ କରି ବିଜୟୀ ହୋଇଥିଲ ।ବିରଞ୍ଚି ପୁଟେଲ, ଫକୀର ଗହିର, ଅରବିନ୍ଦ ଗହିର, ବିବେକାନନ୍ଦ ମିଶ୍ର ମ୍ୟାଚ୍ କୁ ପରିଚାଳନା କରିଥିବା ବେଳେ ଦୟାନିଧି ଗହିର ,ଦିଲେଶ୍ବର ବାଗ ସ୍କୋରର ଥିଲେ। ସଚିକାନ୍ତ ମିଶ୍ର, ଦେବାଶିଷ ବେହେରା ଓ ହେମନ୍ତ ବଢେଇ ଧାରା ବିବରଣି ଦେଇଥିଲେ। ସୁବ୍ରତ ନାଗ, ଶିବୁ, ତପନ ପ୍ରମୁଖ ସହଯୋଗ କରିଥିଲେ। ୨୫ ତାରିଖରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ ଧୁମାଭଟାଓ ରେଙ୍ଗାଲି ମଧ୍ୟରେ ଓ ଦ୍ବୀତିୟ ମ୍ୟାଚ ଭାଳୁପିଆ ଏବଂ ଖଲିଆ ପାଲି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି ।

Report by Nabin Kishor Sahu, Correspondent Karlamunda odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.