ଲାଞ୍ଜିଗଡ ବ୍ଲକର ଗାଡିଚାଳକଙ୍କ ପାଇଁ ଖୁସିର ଖବର : ବିଶ୍ୱନାଥପୁରରେ ଉଦଘାଟିତ ହେଲା ଆରଟିଓ କ୍ୟାମ୍ପ 

ଲାଞ୍ଜିଗଡ଼,୧୫/୩ : ଲାଞ୍ଜିଗଡ ବ୍ଲକର ଗାଡିଚାଳକଙ୍କ ପାଇଁ ଖୁସିର ଖବର । ଅନେକ ଦିନର ଦାବିପରେ ଲୋକଙ୍କ ଗୁହାରୀ ଶୁଣିଛି ପରିବହନ ବିଭାଗ । ଶନିବାର ବିଶ୍ୱନାଥପୁର ଠାରେ ଆରଟିଓ କ୍ୟାମ୍ପ ଉଦଘାଟନ ହୋଇଯାଇଛି । କଳାହାଣ୍ଡି ପରିବହନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବିଶ୍ୱନାଥପୁର ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ସମସ୍ତଙ୍କ ଲର୍ଣ୍ଣି ଲାଇନ୍ସେସ ପାଇଁ ଡକୁମେଣ୍ଟ ଭେରିଫିକେସନ କରି ଲାଇନ୍ସେସ ନେଇଥିଲେ ।

ପରିବହନ ଅଧିକାରୀ ଦିନବନ୍ଧୁ ଶୁଣ୍ଢିଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଲାଞ୍ଜିଗଡ ବ୍ଲକର ମାଳୀଯୁବାଙ୍ଗ, ପାହାଡପଦର, ବେନଗାଁ, ବିଜେପୁର, ବନ୍ଧପାରୀ, କାନକୁଟ୍ରୁ,ଲାଞ୍ଜି, ବେଡାଗାଁ, କୁମଖାଲ ଆଦି ପଞ୍ଚାୟତରୁ ୨୩୯ ଜଣ ଗାଡି ଚାଳକ ଲାଇନ୍ସେସ ପାଇଥିଲେ ।

ବିଶ୍ୱନାଥପୁର ପୁଲିସ ପ୍ରଶାସନ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ବ୍ଲକର ବିଜୁ ଯୁବ ବାହିନି ଓ ଲାଞ୍ଜିଗଡ ପ୍ରେସକ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନେନ୍ଦ୍ର ହୁନ୍ନାଗାଁ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ ପ୍ରମୁଖ ଏହି କାର୍ଯ୍ୟକ୍ରରେ ଉପସ୍ଥିତ ରହିଥିଲେ ।

ଲାଞ୍ଜିଗଡ ପ୍ରେସକ୍ଲବ ସଭାପତି କୈାଳାସ ସାହୁ, ଉପସଭାପତି ବି.ତିରୁପତି ପାତ୍ର, ସାଧାରଣ ସମ୍ପାଦକ ସୁଶିଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ଏମ୍‌.ଚନ୍ଦ୍ରଶେଖର, ଗୋପାଳ ଦାସ ମହାନନ୍ଦ, କ୍ଷମାନିଧି ମହାକୁଡ ଓ ସନ୍ତୋଷ କୁମାର ତୁଳ ପ୍ରମୁଖ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

ପ୍ରତ୍ୟେକ ରବିବାର ଓ ସରକାରୀ ଛୁଟି ଦିବସରେ ବିଶ୍ୱନାଥପୁରରେ ଏହି କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ପରିବହନ ଅଧିକାରୀ ଦିନବନ୍ଧୁ ସୁଣ୍ଢି ପ୍ରକାଶ କରିଛନ୍ତି । ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଓ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କ ନିର୍ଦ୍ଧେଶ କ୍ରମେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଫୋର୍ସ ଏହି କ୍ୟାମ୍ପରେ ସହଯୋଗ କରିଥିଲେ ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

_______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.