ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରେ ବିପଦପୂର୍ଣ୍ଣ ଭାବରେ ରହିଛି ଟ୍ରାନ୍ସଫରମର୍ : ପଡୁନି ବିଦ୍ୟୁତ ବିଭାଗର ନଜର

କେସିଙ୍ଗା,୧୫/୩ : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗୌନ୍ତିଆ ପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର ସଂମ୍ମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫରମର୍ । କିନ୍ତୁ ବିଦ୍ୟୁତ ବିଭାଗର ନଜର ନାହିଁ । ଏହା ଅଙ୍ଗନ ଓ୍ବାଡିରେ ପାଠ ପଡୁଥିବା ଛୋଟ ଛୋଟ ଛୁଆଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ କେନ୍ଦ୍ରଠାରୁ ମାତ୍ର ୧୦ ମିଟର ଦୂରରେ ଖୋଳାରେ ରହିଛି ଏହି ଟ୍ରାନ୍ସଫର୍ମର । ସେହିପରି ଅଙ୍ଗନ ଓ୍ବାଡିର ଚାରି ପାଶ୍ଵରେ ପାଚେରୀ ମଧ୍ୟ ନାହିଁ, ଯାହାଫଳରେ ଅଙ୍ଗନ ୱାଡିକୁ ଆସୁଥିବା ୩ରୁ୫ ବର୍ଷର ପିଲାଙ୍କ ଜୀବନ ପ୍ରତି ବିପଦ ରହୁଥିବା ଦେଖିବାକୁ ମିଳୁଥିବା ବେଳେ ଉକ୍ତ ଟ୍ରାନ୍ସଫର୍ମରର ଚାରି ପଟେ ମଧ୍ୟ ପାଚେରୀ ନାହିଁ । ଏଥିପ୍ରତି ବିଦ୍ୟୁତ ବିଭାଗ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଳରୁ ମତ ପ୍ରକାଶ ପାଇଛି ।

କେସିଙ୍ଗା ପ୍ରତିନିଧି ଦୁର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ OdiaBarta.in

_______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.