ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ଗୁରୁତର, ସହାୟତା ଦାବି

ବିଦ୍ୟୁତ୍ ବିଭାଗର ଅବହେଳା
ଆସନ୍ନ ମୃତ୍ୟୁମୁଖରୁ ବଂଚିଗଲେ

କଳାହାଣ୍ଡି,୧୫/୩: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଆସନ୍ନ ମୃତ୍ୟୁମୁଖରୁ ବଂଚିଯାଇଛନ୍ତି । ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ୍ ମହିଚଲା ନିକଟସ୍ଥ ଚକୁଳି ଗ୍ରାମର ଗଙ୍ଗା ବେଶ୍ରା (୪୭) ଗତ ବୁଧବାର ଦିନ କ୍ଷେତକୁ ଯାଇଥିଲେ । ଖରା ହେଉଥିବାରୁ ସେ ଛତାଟିଏ ଧରିଥିଲେ । ତେବେ କ୍ଷେତ ହୁଡ଼ା ଉପରେ ଦେଇ ଯାଇଥିବା ମେନ୍ ଲାଇନ୍ ତାର ଓହଳି ପଡ଼ିଥିବାରୁ ସେଥିରେ ଗଙ୍ଗା ଧରିଥିବା ଛତା ଲାଗିଥିଲା ଏବଂ ତାଙ୍କ ଶରୀର ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ ।

ତାଙ୍କ ପାଦ ପୋଡ଼ିଯିବା ସହ କାନ୍ଧର ହାଡ଼ ଖସିଯାଇଥିଲା । ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସାଙ୍ଘାତିକ ହେବାରୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଛି । ଆହତ ବ୍ୟକ୍ତି ଗରିବ ଶ୍ରେଣୀର ଲୋକ ତଥା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.