କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ବନ୍ଦ ପାଳନ (visual news)

କଳାହାଣ୍ଡି/ନର୍ଲା,୨୪/୧୨: ପଶ୍ଚିମ ଓଡିଶାରେ ଦାବି ହେଉଥିବା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କଳାହାଣ୍ଡି ମଧ୍ୟ ପଛରେ ପଡିନାହିଁ । ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ବାର ଏସୋସିଏସନ ନିଜ ନିଜ ଅଞ୍ଚଳର ସମସ୍ତ ସରକାରୀ ଅଫିସ ଗୁଡିକୁ ବନ୍ଦ କରାଇବା ସହ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିଥିବାର ଦେଖିବାକୁ ମିଳିଥିଲା ।

ନର୍ଲାରେ ମଧ୍ୟ ତଦନୁରୂପ ଭାବରେ ବନ୍ଦ ପାଳନ କରାଯାଇଛି । ନର୍ଲା ବାର୍ ଏସୋସିଏସନର ସଭାପତି ଶ୍ରୀଯୁକ୍ତ କୁବେର ସାହୁ କଳାହାଣ୍ଡି ରେ ହିଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ର ସମସ୍ତ ମାନଦଣ୍ଡ ଅଛି ଏଣୁ ଏଠାରେ ହେବା ଯୁକ୍ତିଯୁକ୍ତ ବୋଲି କହିଥିବା ବେଳେ ବରିଷ୍ଠ ଓକିଲ ଗୌର ଚନ୍ଦ୍ର ହରିଜନ କଳାହାଣ୍ଡି ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବକ୍ତବ୍ଯ ଦେଇଥିଲେ। ଆନ୍ଦୋଳନ ରେ ସଂଘ ର ସଂପାଦକ ଡୁଲେଶ୍ବର ସାହୁ, କୋଷାଧ୍ୟକ୍ଷ କ୍ଷିତିସ ମହାପାତ୍ର, ଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ମାଝୀ, ବିଭୁତି ବହିଦାର, ସଞ୍ଜୟ ସାମନ୍ତରାୟ, ସଞ୍ଜୟ ଧଙ୍ଗଡାମାଝୀ ପ୍ରମୁଖ ଯୋଗଦେଇଥିଲେ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡ ଓ ସଞ୍ଜୟ ଧଙ୍ଗଡାମାଝୀ ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.