କରୋନା ସତର୍କତା : ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ମହୋତ୍ସବକୁ ନେଇ ବଡ଼ ନିଷ୍ପତ୍ତି

କୋକସରା,୧୭/୩ : ପ୍ରତିବର୍ଷ ଚୈତ୍ର ଶୁକ୍ଳ ନବମୀ ଠାରୁ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧୁମାଧବ ତୀର୍ଥ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ଠାରେ ଶ୍ରୀରାମ ନବମୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏହି ମହୋତ୍ସବ ଦେଖିବା ପାଇଁ ଆସିଥାନ୍ତି । ଏବର୍ଷ କରୋନା ଭାଇରସର ଭୟାବହତାକୁ ଆଖି ଆଗରେ ରଖି ମହୋତ୍ସବକୁ ନେଇ ପ୍ରଶାସନ ଓ ଉନ୍ନୟନ ସମିତି ବଡ଼ ନିଷ୍ପତ୍ତି ଜାରି କରିଛନ୍ତି। କରୋନା ଭାଇରସ ମୁକାବିଲା ପାଇଁ ସର୍ବସାଧାରଣ ଙ୍କ ଅର୍ଣ୍ଣ ଭୋଗ, ପୀଠ ଦର୍ଶନ, ପୁନ୍ୟକୁଣ୍ଡ ସ୍ନାନ ଇତ୍ୟାଦି ବ୍ୟବସ୍ଥା ନକରିବା ପାଇଁ ନିଷ୍ପତି ନିଆଯାଇଛି । ୭ ଦିନ ଧରି ପାଳନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଗୁଡାହାଣ୍ଡି ଉନ୍ନୟନ କମିଟି ତରଫରୁ ଆସନ୍ତା ଏପ୍ରିଲ ୧ ରୁ ୮ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପାଳନ କରିବାକୁ କମିଟି ତରଫରୁ ସ୍ଥିରକୃତ ହୋଇଥିଲା, ତେବେ ଭୁତାଣୁ ଜନିତ କରୋନା ସଂକ୍ରମଣ ପାଇଁ ଏବେ ସାରା ଭାରତବାସୀ ଚିନ୍ତା ଓ ଆଶଙ୍କା ରେ ଦିନ ଗଣୁଥିବା ବେଳେ କୋକସରା ବ୍ଲକ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଏହି ମହୋତ୍ସବ ଉପରେ ରୋକ ଲଗାଇଛି । ଏହି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହେଉଥିବା ବେଳେ ସାର୍ବଜନୀନ ସ୍ଥାନରେ ଲୋକଙ୍କ ସମାଗମକୁ ପ୍ରଶାସନ ପକ୍ଷରୁ ବାରଣ କରାଯିବା ସହ ଧାର୍ମିକ ଭାବନାରେ ଜଡିତ ଶ୍ରଦ୍ଧାଳୁଙ୍କୁ କରୋନା ରୋଗ ସଂକ୍ରମଣ ଓ ଲୋକଙ୍କ ସୁରକ୍ଷା ପାଇଁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଳି ଜଣାପଡ଼ିଛି। କରୋନା ସମ୍ବନ୍ଧିତ ସମସ୍ତ ପ୍ରକାର ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ ଓ ଶ୍ରଦ୍ଧାଳୁ ମାନେ ସହଯୋଗ କରିବା ପାଇଁ ଉନ୍ନୟନ ସମିତି ପକ୍ଷରୁ ନିବେଦନ କରାଯାଇଛି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.