ବିଦ୍ୟୁତ ଗ୍ରାହକଙ୍କ ଠାରୁ ଆଦାୟ ଟଙ୍କା ନେଇ ଫ୍ରାଞ୍ଚାଇଜ ଫେରାର, ଥାନାରେ ମାମଲା

କୋକସରା,୧୭/୩ : ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅସୁଲ ହୋଇଥିବା ଲକ୍ଷାଧିକ ଟଙ୍କା ୱେସ୍କୋକୁ ଜମା ନଦେଇ ଫେରାର ହୋଇଯାଇଥିବା ଆର୍.ବି. ଏସୋସିଏଟ ଫ୍ରାଞ୍ଚାଇଜର ମାଲିକଙ୍କ ନାମରେ ଜାଲିଆତି ଓ ୭ ଲକ୍ଷ ୫ ହଜାର ୮୯୩ ଟଙ୍କା ୱେସ୍କୋକୁ ଜମା କରିନଥିବା ନେଇ ଚାରବାହାଲ ସେକ୍ସନ ବିଦ୍ୟୁତ ସହକାରୀ ଯନ୍ତ୍ରୀ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିବା ପୋଲିସ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁସାରେ, ଜୁନାଗଡ ଥାନା ଅମ୍ବାଦଳା ଗ୍ରାମର ଅଶୋକ କୁମାର ବେହେରାଙ୍କ ପୁଅ ରୁପେଶ କୁମାର ବେହେରା ୱେସ୍କୋ ବିଦ୍ୟୁତ ବିଭାଗରୁ ଗତ ସେପ୍ଟେମ୍ବର ୨୦୧୯ ଠାରୁ କୋକସରା ଓ ଜୟପାଟଣା ସେକ୍ସନର ବିଦ୍ୟୁତ୍ ଗ୍ରାହକଙ୍କ ଠାରୁ ବିଦ୍ୟୁତ ଦେୟ ଅସୁଲ କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ । ରୁପେଶ ଥିଲେ ଆର୍.ବି. ଏସୋସିଏଟ୍ ର ମାଲିକ । ସେ ଗତ ଜାନୁଆରୀ ମାସ ପର୍ଯ୍ୟନ୍ତ ଅସୁଲ ଜମା ଟଙ୍କା ଦେଇ ଆସୁଥିବା ବେଳେ ଫେବ୍ରୁଆରୀ ମାସରେ ଟଙ୍କା ଜମା ଦେବାରେ ଅବହେଳା କରିଥିବାରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ କଥା ପହଞ୍ଚି ଥିଲା । ବିଭାଗୀୟ ଅଧିକାରୀ ତାଙ୍କୁ ଟଙ୍କା ଜମା କରିବାକୁ କହିଥିଲେ ହେଁ ସେ ଆଉ ଧରାଛୁଁଆ ଦେଇ ନଥିଲେ, କି ତାଙ୍କର କୌଣସି ପ୍ରତିକ୍ରିୟା ମିଳିନଥିଲା । ଏହାପରେ ତାଙ୍କ ସହ ମୋବାଇଲ ରେ ମଧ୍ୟ ସମ୍ପର୍କ ହୋଇନଥିଲା । ଏହାକୁ ଦେଖି ଚାରବାହାଲ ସେକ୍ସନ ସହକାରୀ ଯନ୍ତ୍ରୀ ପ୍ରଦିପ କୁମାର ଦାସ ସୋମବାର ସମ୍ପୃକ୍ତ ଆର୍.ବି. ଆସୋସିଏଟ ଫ୍ରାଞ୍ଚାଇଜର ମାଲିକ ରୁପେଶ କୁମାର ବେହେରାଙ୍କ ନାମରେ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏନେଇ କୋକସରା ଥାନା କେଶ୍ ନଂ- ୫୭/୨୦ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଓ କେତେ ଟଙ୍କା ଜାଲିଆତି କରିଛି ତଦନ୍ତପରେ ଜଣାପଡିବ ବୋଲି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in
____________________________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.