COVID-19 ମୁକାବିଲା ପାଇଁ ଉତ୍କଳ ଆଲୁମିନାର ବ୍ୟାପକ ପ୍ରସ୍ତୁତି


କାଶିପୁର,୧୮/୩ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲ୍‌କ୍ ଅନ୍ତର୍ଗତ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ଜିଲ୍ଲା ପ୍ରଶାସନ ସହିତ ମିଶି କୋଭିଡ୍‌-୧୯ (କରୋନା ଭାଇରସ) ବିରୋଧରେ ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଉପଯୁକ୍ତ ପ୍ରତିଷେଧମୂଳକ ପଦକ୍ଷେପ ସହିତ ୟୁଏଆଇଏଲ୍ ଏହାର ସମସ୍ତ ସେବା ପ୍ରଦାନକାରୀଙ୍କ ସହ ମିଶି ଏ ଦିଗରେ କାର୍ଯ୍ୟ କରୁଛି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ କହିଛନ୍ତି ଯେ, “ଏହି ବିଶ୍ୱ ମହାମାରୀରୁ କାରଖାନା ଭିତରେ ଓ ଆଖପାଖରେ ଥିବା ଆମ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ବର୍ତମାନ ସୁଦ୍ଧା ଉତ୍କଳରେ ଉତ୍ପାଦନ ଓ ପରିଚାଳନା ସ୍ୱାଭାବିକ ରହିଛି । ଆଜିର ତାରିଖ ସୁଦ୍ଧା ଉତ୍ପାଦନ ପ୍ରଭାବିତ ହୋଇନାହିଁ । ମାତ୍ର, ଏହି କାର୍ଯ୍ୟ ଲାଗି ବାହାର ଲୋକଙ୍କ ପରିଦର୍ଶନକୁ ଏଡ଼ାଇବା ଲାଗି ଯୋଜନାବଦ୍ଧ ବନ୍ଦକୁ ଘୁଂଚାଇ ଦିଆଯାଇଛି । କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରିବା ପାଇଁ ଆମେ ଜିଲ୍ଲା ପ୍ରଶାସନ ସହିତ ମିଶି କାର୍ଯ୍ୟ କରୁଛୁ ଓ କରିବୁ ।’’

କରୋନା ମୁକାବିଲା ପାଇଁ କମ୍ପାନୀର ଉତ୍କଳ ହସ୍ପିଟାଲ, ଡିସପେନସେରି ଓ ଓଏଚଏସରେ ମେଡିକାଲ ପ୍ରସ୍ତୁତି ରହିଛି । ସ୍ପର୍ଶ ବିହୀନ ଇନଫ୍ରାରେଡ ଟର୍ମୋମିଟର ଜରିଆରେ ପରୀକ୍ଷା କରିବା ଲାଗି ଆବଶ୍ୟକ ହେଉଥିବା ଉପକରଣ ସହ ଉତ୍କଳ ହସ୍ପିଟାଲ ଓ ସମସ୍ତ ମେଡିକାଲ ଓ ଓଏଚ୍‌ଏସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଉତ୍କଳ ହସ୍ପିଟାଲରେ ସ୍ୱତନ୍ତ୍ର କ୍ୱାରାନ୍‌ଟିନ୍ କୋଠରି ପାଇଁ ତିନିଟି କୋଠରିକୁ ରଖାଯାଇଛି । ଜରୁରୀକାଳୀନ ସ୍ଥିତି ଭଳି କ୍ଷେତ୍ରରେ ଡାକ୍ତର ଓ ପାରାମେଡିକ ଷ୍ଟାଫମାନଙ୍କ ପାଇଁ ଡିସପୋଜେବଲ ଫୁଲ ବଡି ସୁଟ ଉତ୍କଳ ହସ୍ପିଟାଲରେ ରହିଛି । ପ୍ରାୟ ୧୦୦ ଥ୍ରୋଟ୍ କଲ୍‌ଚର୍ ବୋତଲ ବରାଦ କରି ରଖାଯାଇଛି ଯାହାକୁ ମାତ୍ରାଧିକ ସନ୍ଦେହଜନକ ମାମଲାରେ କଲଚରକୁ ପରୀକ୍ଷା ପାଇଁ ଭୁବନେଶ୍ୱର କିମ୍ବା କଟକକୁ ପଠାଯିବ । ଡାକ୍ତର ଓ ପାରାମେଡିକ ଷ୍ଟାଫମାନେ ଏନ୯୫ ମାସ୍କ ବ୍ୟବହାର କରୁଛନ୍ତି । ସମସ୍ତ ପ୍ରକାରର ଉପକରଣକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଲାଗି ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାର୍ଗଦର୍ଶନ କରାଯାଇଛି-ବ୍ୟବହାର ଓ ତାହାର ପରିଚାଳନା ଲାଗି ର୍ନିଦିଷ୍ଟ ଦିଶାନିର୍ଦେଶ ଜାରି କରାଯାଇଛି । ସଠିକ ବାର୍ତା ବାଂଟିବା, ଗୁଜବ ପ୍ରତି ସଜାଗ ରହିବା ଏବଂ ଡାକ୍ତରଙ୍କୁ ପରାମର୍ଶ କରିବା କିମ୍ବା ସଠିକ ବାର୍ତା ଲାଗି ଡବ୍ଲୁଏଚଓ/ଏଚ୍‌ଆଣ୍ଡଏଫ୍‌ଡବ୍ଲୁ ୱେବସାଇଟକୁ ଅନୁସରଣ କରିବା ଲାଗି ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୁହାଯାଇଛି । ଏହାସହ କମ୍ପାନୀ କର୍ମଚାରୀ ମାନଙ୍କ ସମେତ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ମାନଙ୍କୁ ସଚେତନ କରିବା ସହିତ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉତ୍କଳ ଆଲୁମିନା ପକ୍ଷରୁ ପକ୍ଷରୁ ପ୍ରକାଶ କରାଯାଇଛି ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

____________________________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta