ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଫାଇନାଲ ପ୍ରତିଯୋଗିତା : ଟିଟିଲାଗଡ଼ ବ୍ଲକର ଅନେକ ସରପଞ୍ଚ ଅତିଥି ଭାବେ ଯୋଗଦେଲେ
କଣ୍ଟାବାଞ୍ଜି/ଟିଟିଲାଗଡ,୨୫/୧୨:
ସିହିନୀ ଖେଳ ପଡିଆ ଠାରେ ମା ଘଣ୍ଟାସୁନୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଉଦଜାପନୀ ଉତ୍ସବରେ ଟିଟିଲାଗଡ଼ ବ୍ଲକର ଅନେକ ସରପଞ୍ଚ ମାନେ ଯୋଗ ଦେଇଥିଲେ । ଏହି ମହାମାନ୍ୟ ଅତିଥି ମାନଙ୍କୁ ଆୟୋଜକ କମିଟି ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ଅତିଥି ଭାବେ ମଞ୍ଚାସିନ ଥିଲେ ଶ୍ରୀଯୁକ୍ତ ବିରବର ସାହୁ ( ସିହିନୀ ଗ୍ରା.ପ. ସରପଞ୍ଚ ତଥା ବ୍ଲକ ସଂଘର ସଭାପତି),ଶ୍ରୀଯୁକ୍ତ ଦୟାରମ ଅଗ୍ରୱାଲ (ବରିଷ୍ଠ ଉପଦେଷ୍ଟା ସରପଞ୍ଚ ସଂଘ ଟିଟିଲାଗଡ),ଅନନ୍ତ ନାରାୟଣ ସାହୁ (ମାର୍ଲାଡ଼ ଗ୍ରା.ପ. ସରପଞ୍ଚ),ହରି ମାଝୀ ( ବିନେକେଲା ଗ୍ରା.ପ. ସରପଞ୍ଚ), ହରି ନାରାୟଣ ମିଶ୍ର (କୁସ୍ କେଲା ଗ୍ରା.ପ. ସରପଞ୍ଚ), ସଂଜୀବ କୁମାର ସାହୁ, ମୁନିରାମ ଖର୍ସେଲ (ନାନାଝେର ଗ୍ରା.ପ. ସରପଞ୍ଚ), ସୁଦାମ ମାଝୀ (ଜଗୁଆ ଗ୍ରା.ପ. ସରପଞ୍ଚ), କ୍ରିଷ୍ଣା ବାଗ ( ଭଲେଗା ଗ୍ରା.ପ. ସରପଞ୍ଚ), ଫକୀର ବାଗ (G.R.S. ସିହିନୀ), ପ୍ରମୂଖ । ସ୍ଥାନୀୟ ସରପଞ୍ଚ ନିଜ ଗ୍ରାମ ପଞ୍ଚାୟତ ସହ କ୍ରିଡାର ବିଷୟରେ ଉପରେ ଅଭିଭାଷଣ ଦେଇଥିଲେ ।
ତୁର୍ଲା ଓ ନାନାଝେର ମଧ୍ୟରେ ଫାଇନାଲ ମ୍ୟାଚ : ୧-୦ ଗୋଲରେ ତୁର୍ଲା ବିଜୟୀ
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ତୁର୍ଲା ଓ ନାନାଝେର ଦଳ ର ଫାଇନାଲ ମ୍ୟାଚରେ କଡା ଲଢେଇ ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଦର୍ଶକ ବହୁତ ଉପଭୋଗ କରିଥିଲେ ଓ ଖେଳାଳି ମାନଙ୍କୁ ଉତ୍ସାହ କରୁଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ଖେଳକୁ ପରିଚାଳନା କରିଥିଲେ ଛବି କୁମାର ନାୟକ, ଚଞ୍ଚଳ ମାଝୀ, ରମେଶ ପ୍ରଧାନ, ବିଶେ ପ୍ରଧାନ, କୁତାର୍ଥ ନାଗ ।
Report by Jyotiprakash Chandan, Correspondent Kantabanji & Bhimsen Mahakur, Correspondent Titlagarh odiabarta.in