ପାପ ମୁକ୍ତିର ବ୍ରତ ପାପମୋଚନୀ ଏକାଦଶୀ, ଜାଣନ୍ତୁ ପୂଜନ ବିଧି ଓ ପାରଣ ସମୟ

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବର୍ଷକୁ ୨୪ଟି ଏକାଦଶୀ ଆସିଥାଏ, ଯେବେ ମଳମାସ ଆସିଥାଏ ତେବେ ଏହାର ସଂଖ୍ୟା ବଢି ୨୬ ହୋଇଥାଏ । ଏହି ଏକାଦଶୀ ମାନଙ୍କ ମଧ୍ୟରେ ପାପମୋଚନୀ ଏକାଦଶିର ମହତ୍ବ ସବୁଠାରୁ ଅଧିକ ବୋଲି ବିଶ୍ବାସ ରହିଛି । ଚୈତ୍ର କୃଷ୍ଣପକ୍ଷ ଏକାଦଶୀକୁ ପାପମୋଚନ ଏକାଦଶୀ ଭାବେ ପାଳନ କରାଯାଏ । ସନାତନ ଧର୍ମଧାରା ଅନୁସାରେ ଜଣେ ବ୍ୟକ୍ତିର ଜାଣତ କିମ୍ବା ଅଜାଣତରେ ପାପ ହୋଇଥାଏ, ଏବଂ ପାପମୋଚନ ଏକାଦଶୀ ବ୍ରତ ରଖି ପାପର ଦଣ୍ଡକୁ ଏଡେଇ ଦିଆଯାଇପାରେ । ଏହାକୁ ପାପ ନଷ୍ଟ କରୁଥିବା ଏକାଦଶୀ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ଆରଧନା କରାଯାଇଥାଏ ।

ଏବର୍ଷ ସ୍ମାର୍ତ୍ତ ମତରେ ମାର୍ଚ୍ଚ ୧୯ ତାରିଖ ଓ ବୈଷ୍ଣବ ମତରେ ୨୦ତାରିଖ ଦିନ ପାପମୋଚିନୀ ଏକାଦଶୀ ପଡୁଛି ।

ପାପମୋଚନୀ ଏକାଦଶୀ ବ୍ରତ ସଂନ୍ଦର୍ଭରେ ଭବିଷ୍ୟତ୍ତୋର ପୁରାଣରେ ଏକ ଆଖ୍ୟାୟନ ରହିଛି । ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ କହୁଛନ୍ତି – ହେ ପାର୍ଥ, ଚୈତ୍ର କୃଷ୍ଣପକ୍ଷ ଏକାଦଶି ପାପମୋଚିନୀ ଅଟେ ଅର୍ଥାତ ପାପକୁ ନଷ୍ଟ କରିଥାଏ । ପାପମୋଚିନୀ ଏକାଦଶୀ ସମ୍ବନ୍ଧରେ ଭବିଷ୍ୟତ୍ତୋର ପୁରାଣରେ ବିସ୍ତାର ଋପରେ ବର୍ଣ୍ଣନା ରହିଛି ।

ପାପମୋଚିନୀ ଏକାଦଶୀ ବ୍ରତ ପୂଜା ବିଧି

– ବ୍ରତ ଦିନ ସୂର୍ଯ୍ୟୋଦୟ ସମୟରେ ସ୍ନାନ ତର୍ପଣ କରିବା ବିଧେୟ

– ଭଗବାନ ବିଷ୍ଣୁଙ୍କ ପ୍ରତିମା ସମ୍ମୁଖରେ ବସି ବ୍ରତ ପାଠ କରିବା ଉଚିତ

– ନିରାହାର କରି ଭଜନ – କିର୍ତ୍ତନ ସହ ରାତ୍ରୀ ଜାଗରଣ କରିବା କଥା

– ଏକାଦଶୀ ପରଦିନ ଦ୍ବାଦଶି ତିଥିରେ ପ୍ରାତଃ କାଳରୁ ସ୍ନାନ କରି ବିଧି ମୁତାବକ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ ।

– ଏହା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଦକ୍ଷିଣା ପ୍ରଦାନ କରାଇବା ଉଚିତ ।

– ଏସବୁ କାର୍ଯ୍ୟ ପରେ ବ୍ରତି ଭୋଜନ କରିବା ବିଧେୟ ।

କେବେ କରିବେ ପାରଣ

ଏକାଦଶୀ ବ୍ରତର ସମାପ୍ତ କରିବାକୁ ପାରଣ କୁହାଯାଏ । ଏକାଦଶୀ ବ୍ରତର ପାରଣ ଦ୍ବାଦଶୀ ତିଥି ସମାପ୍ତ ହେବା ପୂର୍ବରୁ କରାଯାଏ । ଦ୍ବାଦଶୀ ତିଥି ଭିତରେ ପାରଣ ନକରିବା ପାପ ସହିତ ସମାନ ହୋଇଥାଏ । ବ୍ରତ କରୁଥିବା ଶ୍ରଦ୍ଧାଳୁ ମଧ୍ୟାନ୍ନ ସମୟରେ ନିଜର ବ୍ରତ ଭାଙ୍ଗିବା ଅନୁଚିତ । ଯଦି କିଛି ଅନିବାର୍ଯ୍ୟ କାରଣ ମଧ୍ୟରେ ଜଣେ ପ୍ରାତଃ କାଳରେ ପାରଣ କରିନପାରିଲେ ତେବେ ମଧ୍ୟାନ୍ନ ପରେ ହିଁ ପାରଣ କରିବା ଉଚିତ ।

_______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.