ଜିଲ୍ଲା ଯାଦବ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ (Visual News)

ଜୁନାଗଡ,୨୫/୧୨:
ଜିଲ୍ଲା ଯାଦବ କର୍ମଚାରୀ ସଂଘ କଳାହାଣ୍ଡିର ବାର୍ଷିକ ଉତ୍ସବ ସମାରୋହ ଜାରିଙ୍ଗ ବନ ବିଭାଗ ନର୍ସରୀ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଲକ୍ଷ୍ମଣ ବଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ଚନ୍ଦାହାଣ୍ଡି ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ବାରିକାପ୍ରସାଦ ବାଗ, ମୂଖ୍ୟବକ୍ତା ଶିକ୍ଷାବିତ ତଥା ଆନ୍ତର୍ଜାତିୟ ଖ୍ୟାତି ସଂପନ୍ନ ଘୁମୁରା ଗୁରୁ ଭରତ ଭୂଷଣ ଚଲାନ, ବିଶିଷ୍ଟ ଅତିଥି ବିଶ୍ବନାଥପୁର କଲେଜ ଅଧ୍ୟାପକ ଅରୁଣ ଚନ୍ଦନ,

ସମ୍ମାନିତ ଅତିଥି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ହରିଶଙ୍କର ବାଗ, ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ କଳାକାର ସର୍ବେଶ୍ବର ଭୋଇ ପ୍ରମୂଖ ମଞ୍ଚସିନ ଥିଲେ । ସମାଜରୁ କୁସଂସ୍କାର ଦୂରିଭୂତ କରିବାସହ ଶିକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହା ସହ ଯାଦବ ସଂସ୍କୃତିର ବିଭିନ୍ନ ବିଭବ ଉପରେ ଆଲୋକପାତ କରାଯାଇଥିଲା ।ଏହି ଅବସରରେ ଆଇପିଏସ ଅଫିସର ସତ୍ୟବ୍ରତ ଭୋଇ ଓ ଆଇସିଏସ ଅଫିସର ଚିତ୍ତ ରଞ୍ଜନ ଧଙ୍ଗଡାମାଝୀଙ୍କ ପିତା ମାତାଙ୍କୁ ସମ୍ବର୍ଧନା ଦିଆଯାଇଥିଲା । ଏହାସହ କିଶୋର ବିଶି, ସତ୍ୟନାରାୟଣ ନାଏକ, ସୁରେଶ ନାଗ, ଡମ୍ବରୁଧର ବାଗ, ସର୍ବେଶ୍ବର ଭୋଇ, ସଞ୍ଜୟ ଧଙ୍ଗଡାମାଝୀ, କମ୍ବୁପାଣି ବାଗ, ଲିଙ୍ଗରାଜ ବେହେରା, ସବ୍ୟସାଚୀ ଥପା, ସୁନୀଲ ଧଙ୍ଗଡାମାଝ, ଶିବମ ଧଙ୍ଗଡାମାଝୀ, ରାମେଶ୍ବର ବାଗ ପ୍ରମୂଖଙ୍କ ସହ ଅନେକ ଯାଦବଙ୍କୁ ସମ୍ମାନିତ କରାଯାଇଥିଲା ।ସର୍ବେଶ୍ବର ଭୋଇ ଓ କମ୍ବୁପାଣି ବାଗଙ୍କ ଦଳ ନୃତ୍ୟ, ଗୁରୁ ଭାରତ ଭୂଷଣଙ୍କ ଦଳ ଘୁମୁରା ପରିବେଷଣ କରିଥିବାବେଳେ ଯୁବ ଆଇନଜିବୀ ସଞ୍ଜୟ ଧଙ୍ଗଡାମାଝୀ ଓ ତାଙ୍କ ସୁପୁତ୍ର ଶିବମ ଯାଦବ ସସ୍କୃତିର ଅନନ୍ୟ ବିଭବ ବନାବାଡି ନୃତ୍ୟ ପରିବେଷଣ କରିଥିଲେ ।ସଂଘର ସଂପାଦକ ଚନ୍ଦ୍ରଭାନୁ ହାତୀ ଓ ବରିଷ୍ଠ ସଦସ୍ୟ ସର୍ବେଶ୍ବର ଗହିର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଟି ବ୍ଲକର ଯାଦବ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Report by Rakesh kumar Bemal, Correspondent Junagarh odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.