COVID-19 : ରୁପ୍ରାରୋଡରେ ଦୋକାନ ବଜାର ବନ୍ଦ

ଖୋଲା ରହିବ ଔଷଧ ଏବଂ କିରାନା ଦୋକାନ

କଳାହାଣ୍ଡି/ନର୍ଲା,୨୧/୩ : କରୋନା ଭାଇରସ୍ ସଂକ୍ରମଣରୁ ନିଜକୁ ରକ୍ଷା କରିବାସହ ଅଞ୍ଚଳବାସୀଙ୍କୁ ସୁରକ୍ଷା କରିବା ପାଇଁ ରୁପ୍ରାରୋଡ ପଞ୍ଚାୟତର ପାନ ଦୋକାନ, ଚା/କଫି, ଜଳଖିଆ ଦୋକାନ, ସେଲୁନ, ବିୟୁଟି ପାର୍ଲର ଆଦିକୁ ବନ୍ଦ ରଖାଯାଇଛି । ତେବେ ଔଷଧ ଦୋକାନ, କିରାନା ଦୋକାନ, ପନିପରିବା ଦୋକାନ ସହ ମାଛ,ମାଂସ,ଅଣ୍ଡା ଦୋକାନ ଖୋଲା ରହିବ । ପୂର୍ବରୁ ୧୮ ମାର୍ଚ୍ଚରୁ ରୁପ୍ରାରୋଡ ସାପ୍ତାହିକ ବଜାରକୁ ବନ୍ଦ କରି ଦିଆଯାଇଥିଲା । ପଞ୍ଚାୟତ ଅଞ୍ଚଳର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ ରଖାଯାଇଛି । ଆଜି (୨୧ମାର୍ଚ୍ଚ) ଠାରୁ ୩୧ମାର୍ଚ୍ଚ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବାକୁ ବ୍ୟବସାୟୀ ମାନଙ୍କୁ ନିବେଦନ କରିଛନ୍ତି ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଞ୍ଜନ ରଣା । ନର୍ଲାରେ ମଧ୍ୟ ଆଜି ଠାରୁ ଦୋକାନ ବଜାର ବନ୍ଦ ରଖାଯାଇଛି ।

ଗାଁକୁ ଯାଇ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯିବ ୪ ମାସର ଅଗ୍ରୀମ ଭତ୍ତା

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଅଗ୍ରିମ ୪ ମାସର ଭତ୍ତା ବଣ୍ଟନ କରାଯିବ । ସେହି କ୍ରମରେ ରୁପ୍ରାରୋଡ ପଞ୍ଚାୟତରେ ମଧ୍ୟ ଭତ୍ତା ବଣ୍ଟନ କରାଯିବ । ସରପଞ୍ଚ ଚିତ୍ତ ରଞ୍ଜନ ରଣା ସୂଚନା ଦେଇଛନ୍ତି ଯେ, ମାର୍ଚ୍ଚ ୨୩ରେ ରୁପ୍ରାରୋଡ, ୨୪ରେ ବଲବସପୁର ଓ ବରଗାଁ, ୨୫ରେ ଲାଖଗୁଡା, ୨୬ରେ ବୋରିଙ୍ଗପଦର ଓ ଛତାମହୁଲ, ୨୭ରେ ବିଲାଟ ଏବଂ ଦେଣ୍ଡରବାହାଲିରେ ଭତ୍ତା ବଣ୍ଟନ କରାଯିବ । ସରପଞ୍ଚ ସମସ୍ତ ହିତାଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ଭତ୍ତା ପାଇଁ ପଞ୍ଚାୟତକୁ ଆସିବେ ନାହିଁ । ବରଂ ସମସ୍ତଙ୍କୁ ସେମାନଙ୍କ ଗାଁରେ ଭତ୍ତା ବଣ୍ଟନ କରିବାକୁ ସ୍ଥିର କରାଯାଇଛି । 

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

_________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.